ଏସୀୟ ପାରା କ୍ରୀଡ଼ାରେ ଜୟନ୍ତୀ ବେହେରାଙ୍କୁ ରୌପ୍ୟ ପଦକ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଏସୀୟ ପାରା କ୍ରୀଡ଼ା ୨୦୨୬ରେ ମହିଳା ୪୦୦ ମିଟର ଟି-୪୭ ଦୌଡ଼ରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଆଥଲେଟ୍ ଜୟନ୍ତୀ ବେହେରା। ସେ ୧ ମିନିଟ୍ ୦୦.୬୫ ସେକେଣ୍ଡରେ ଦୌଡ଼ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ଜୟନ୍ତୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇ
cm


ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଏସୀୟ ପାରା କ୍ରୀଡ଼ା ୨୦୨୬ରେ ମହିଳା ୪୦୦ ମିଟର ଟି-୪୭ ଦୌଡ଼ରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଆଥଲେଟ୍ ଜୟନ୍ତୀ ବେହେରା। ସେ ୧ ମିନିଟ୍ ୦୦.୬୫ ସେକେଣ୍ଡରେ ଦୌଡ଼ ଶେଷ କରି ଏହି ସଫଳତା ହାସଲ କରିଛନ୍ତି।

ଜୟନ୍ତୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଜୟନ୍ତୀଙ୍କ ନିଷ୍ଠା, ଦୃଢ଼ ମନୋବଳ ଓ ଅଧ୍ୟବସାୟର ପ୍ରଶଂସା କରିଛନ୍ତି।

ଏହି ସଫଳତା ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏଥିସହ ଜୟନ୍ତୀଙ୍କ ସଫଳତା ଆଗାମୀ ପିଢ଼ିର କ୍ରୀଡ଼ାବିତ୍ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିବା ସହ ଭବିଷ୍ୟତରେ ଆହୁରି ଅଧିକ ସଫଳତା କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande