
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଅମିତ
ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ରାଷ୍ଟ୍ରସେବା ପାଇଁ ନିରନ୍ତର ଶକ୍ତି ପ୍ରଦାନ
କରନ୍ତୁ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା, ମାଓବାଦର ମୂଳୋତ୍ପାଟନ ଏବଂ ଏକ ନିଶାମୁକ୍ତ ସମାଜ ଗଠନ ଦିଗରେ ତାଙ୍କର
ପ୍ରୟାସ ନିରନ୍ତର ସଫଳ ହେଉ, ମହାପ୍ରଭୁଙ୍କ ନିକଟରେ ଏହା ହିଁ ମୋର ପ୍ରାର୍ଥନା
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା