
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ରାନ୍ଦିଆ ରାମେଶ୍ୱର ସାହିତ୍ୟ ସଂସଦର ଶାରଦୀୟ ଅଧିବେଶନ ଧୁକୁଡି ହାଟସ୍ଥିତ ସନ୍ତୋଷ ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂସଦର ସହ ସମ୍ପାଦକ ପ୍ରାଣବନ୍ଧୁ ବିଶ୍ୱାଳ ଅତିଥିଙ୍କୁ ମଂଚ ଆହ୍ୱାନ କରୁଥିବା ବେଳେ ସଂସଦର ସ୍ଥାୟୀ ସଭାପତି ସାହିତ୍ୟିକ ଦୁଃଶାସନ ଗାହାଣ ସଭାରେ ପୌରହିତ୍ୟ କରି ମହିଷାମର୍ଦ୍ଦୀନ ମହାମାୟା ଦୁର୍ଗାଙ୍କର ଅବତାରଣ ବର୍ଣ୍ଣନା କରି ମାଆଙ୍କର ଆର୍ଶୀବାଦ କାମନା କରିଥିଲେ । ସମ୍ପାଦକ ମୋହିନୀ ମୋହନ ମହାପାତ୍ର ସ୍ୱାଗତ ଭାଷଣ ସହ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ସଂସଦର ଅବାହକ ରାମଚନ୍ଦ୍ର ପଣ୍ଡା ସନାତନ ଧର୍ମ ଓ ବେଦର ମନୁଷ୍ୟ ସମାଜକୁ ନିର୍ଦ୍ଦେଶାବଳୀ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ପରବର୍ତୀ ସମୟରେ ପ୍ରାଣବନ୍ଧୁ ବିଶ୍ୱାଳଙ୍କ ସଂଯୋଜନାରେ ବରିଷ୍ଠ କବି ଉମେଶ ଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ଦାସ, ନାରାୟଣ ଚନ୍ଦ୍ର ପାଢୀ, ମୋହିନୀ ମୋହନ ମହାପାତ୍ର, ପ୍ରାଧ୍ୟାପକ ସୁରଞ୍ଜନ ପଣ୍ଡା, ଦୁଃଶାସନ ଗାହାଣ, କବୟତ୍ରୀ ଡ.ପୂଜାରାଣୀ ଘୋଷ ଓ ସାବିତ୍ରୀ ବାନାର୍ଜି ସ୍ୱ ରଚିତ କବିତାମାନ ଆବୃତି କରିଥିଲେ । ଇତ୍ୟବସରରେ ରୋଟାରିଆନ୍ ବିଜୟ ସାହୁ ଡିଟିଟାଲ୍ ମାଧ୍ୟମରେ ସାହିତ୍ୟ ଓ ସାହିତ୍ୟିକ ମାନଙ୍କର ସଂପର୍କ ବୃଦ୍ଧି ପାଇଁ ମତ ରଖିଥିଲେ । ଅଧିବକ୍ତା ବଳରାମ ମିଶ୍ର, ଡ. ରାଇମୋହନ ମହାପାତ୍ର, ଚିତରଞ୍ଜନ ବରାଳ, କୋଷାଧ୍ୟକ୍ଷ ଅମୀୟ କୁମାର ମହାପାତ୍ର, ପଣ୍ଡିତ ରତ୍ନାକର ମିଶ୍ର, ଇଂ.ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ରାଉଳ, ସଭା ପରିଚାଳନାରେ ସହଯୋଗ କରିଥିଲେ । ସର୍ବୋପରି ସାହିତ୍ୟ ଆସରଟି ଆନନ୍ଦ ଓ ଉତ୍ସବମୁଖର ହୋଇଥିଲା । ଶେଷରେ ପ୍ରାଣବନ୍ଧୁ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ