ଆକ୍ରମଣ ମାମଲା ଜଣେ ଗିରଫ
ଜୟପୁର, ୨୨ ଅକ୍ଟୋବର(ହି.ସ.) – ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡ଼ାର ନବୀନ ଖୋସଲା। ଗଣ୍ଡଗୋଳ ସମାଧାନ ପାଇଁ ବସିଥିବା ଗ୍ରାମ୍ୟ ବୈଠକରେ ରକ୍ତାକ୍ତ ଘଟଣା ଘଟିଛି। ଜଣେ ଯୁବକଙ୍କ ଛାତି ଓ ଶରୀରର ବିଭିନ୍ନ ସ୍ଥାନକୁ ଛୁରି ଆକ୍ରମଣ କରି ହତ
ସଡ଼କ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ,


ଜୟପୁର, ୨୨ ଅକ୍ଟୋବର(ହି.ସ.) – ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡ଼ାର ନବୀନ ଖୋସଲା। ଗଣ୍ଡଗୋଳ ସମାଧାନ ପାଇଁ ବସିଥିବା ଗ୍ରାମ୍ୟ ବୈଠକରେ ରକ୍ତାକ୍ତ ଘଟଣା ଘଟିଛି। ଜଣେ ଯୁବକଙ୍କ ଛାତି ଓ ଶରୀରର ବିଭିନ୍ନ ସ୍ଥାନକୁ ଛୁରି ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।

ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡ଼ା ଗ୍ରାମରେ ୩ ଦିନ ପୂର୍ବେ ସୋମନାଥ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଗ୍ରାମର ନବୀନ ଖୋସଲାଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହି ବିବାଦର ସମାଧାନ ଉଦ୍ଦେଶ୍ୟରେ ଗତ ସୋମବାର ଗ୍ରାମର ଭଦ୍ରଲୋକମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ବୈଠକରେ ଉଭୟ ପକ୍ଷ ଆଲୋଚନାରେ ଭାଗ ନେଇଥିବାବେଳେ ହଠାତ୍ ଉତେଜନା ପ୍ରକାଶ ପାଇଥିଲା।

ଅଭିଯୋଗ ଅନୁଯାୟୀ, ଆଲୋଚନା ଚାଲିଥିବା ସମୟରେ ନବୀନ ଖୋସଲା ହଠାତ୍ ଉତ୍ୟକ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ଏକ ଧାରୁଆ ଛୁରିରେ ସୋମନାଥଙ୍କ ଉପରକୁ ଆକ୍ରମଣ କରିଥିଲା। ଛୁରାମାଡ଼ ଫଳରେ ସୋମନାଥଙ୍କ ଛାତି ତଥା ଶରୀରର ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ।

ଏ ନେଇ ଗ୍ରାମର ଜୀବନ ଟାକ୍ରି ଜୟପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ପୋଲିସ ୩୨୯/୨୬ରେ ମାମଲା ରୁଜୁ କରିଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande