
ପୁରୀ, 22 ଅକ୍ଟୋବର (ହି.ସ.) ବାଲୁକା କଳା ମାଧ୍ୟମରେ ଅମିତ ଶାହାଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା କଳାକାର ମାନସ କୁମାର ସାହୁ | ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳାକାର ତଥା ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ ନିଜର ନିଆରା ବାଲୁକା ଆନିମେସନ୍ ମାଧ୍ୟମରେ ଭାରତର ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ପୁରୀସ୍ଥିତ ନିଜ ଷ୍ଟୁଡିଓରେ ମାନସ ସାହୁ ଏହି ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲେ। ଏହି କଳାକୃତି ମାଧ୍ୟମରେ ସେ ଶ୍ରୀ ଶାହାଜୀଙ୍କ ପ୍ରତି ନିଜର ଶୁଭକାମନା ଓ ଶୁଭେଚ୍ଛା ପ୍ରକାଶ କରିଛନ୍ତି। ସହରବାସୀ, ଦର୍ଶକ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଏହି କଳାକୃତି ଦେଖି ଆନନ୍ଦିତ ହୋଇଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ