



ପୁରୀ, 22 ଅକ୍ଟୋବର (ହି.ସ.) ଶ୍ରୀକ୍ଷେତ୍ରର ବିଭିନ୍ନ ଗୋସାଣୀମାନଙ୍କ ମଧ୍ୟରେ ମା କାକୁଡ଼ିଖାଇ, ଏମାରମଠ ନିକଟ, ମା ବାରବାଟୀ, ହରଚଣ୍ଡୀ ସାହି,ମାଜହ୍ନିଖାଇ(ଜହ୍ନିମୁଣ୍ଡିଆ), ଦୋଳମଣ୍ଡପ ସାହି,ମା ହରଚଣ୍ଡି, ଭୋଗ ଯାଗା, ମାଟିମଣ୍ଡପ ସାହି, ମା ଶୂନ୍ୟଗୋସାଣୀ, ମାଟିମଣ୍ଡପ ସାହି, ମା ବନଦୁର୍ଗା(କଣ୍ଟାକାଢି ଗୋସାଣୀ), ମଣିକର୍ଣିକା ସାହି, ମା ତ୍ରିପୁରାସୁନ୍ଦରୀ(ଚେମେଡ଼ା), ହରଚଣ୍ଡି ସାହି ଆଖଡ଼ା, ହାଟମୁଣ୍ଡ ଛକ,
ମା ଜହ୍ନିଖାଇ, ଗୌଡବାଡ ସାହି, ମା ଜହ୍ନିଖାଇ, ବାଲିସାହି, ମା ବେଲବାଇ, ଖୁଣ୍ଟିଆ ସାହି, ମା ହାଡବାଇ, ତିଆଡି ସାହି, ମା ହରଚଣ୍ଡି, ମହାସୁଆର ସାହି,ମା ପଣାପ୍ରିୟା, ବାସେଳି ସାହି, ମା ଗେଲବାଇ, ମଣିକର୍ଣ୍ଣିକା ସାହି, ମା ଗେଲବାଇ, ଗୁଡିଆ ସାହି,. ମା ଯମକୋଟ, ଗୁଡିଆ ସାହି, ମା ଚକ୍ରକୋଟ, ହରଚଣ୍ଡି ସାହି, ମା ମହତେଶ୍ବରୀ, ହରଚଣ୍ଡି ସାହି, ମା ବନଦୁର୍ଗା, ଗୋଚ୍ଛିକାର ସାହି,ମା ହରପ୍ରିୟା, ହଜୁରୀ ଗଳି, ମା ହରଚଣ୍ଡୀ, କରତି ସାହି, ମା ଶୀତଳେଶ୍ୱରୀ, ଶୀତଳପିଣ୍ଡା ସାହି ଆଦି ଗୋଶାଣୀ ମାନେ ସିଂହଦ୍ୱାର ଦେବୀ ସଭା ରେ ଯୋଗଦେଇ ଦେବୀଘାଟ ରେ ବିସର୍ଜନ ହେବେ | ଶ୍ରୀକ୍ଷେତ୍ରର ବିଭିନ ସାହିରେ ହୋଇଥିବା ଦୁର୍ଗାମେଢ଼ମାନଙ୍କ ମଧ୍ୟରେ ମାର୍କେଟ ଛକ ବଡ଼ଦ୍ଵାର ପୂଜା କମିଟି, ମା ଶଙ୍ଖେଶ୍ୱରୀ, ବଡ଼ଶଙ୍ଖ ପୂଜା କମିଟି,ପୂର୍ବତଟ ରେଳପଥ ସାର୍ବଜନୀନ ଦୁର୍ଗାପୂଜା କମିଟି, ଷ୍ଟେସନ ପାଖ,ମା ଆଦିଶକ୍ତି ପୂଜା କମିଟି, ଜିଲ୍ଲା ସ୍କୁଲ ଆଗ ସାମନା,ଦୁର୍ଗାବାଡି ପୂଜା କମିଟି, ବାଲି ସାହି, ଓମ୍କାରନାଥ ଆଶ୍ରମ, ଗୌଡବାଡ ସାହି,ଶାରଦୀୟ ଦୁର୍ଗାପୂଜା କମିଟି, ବଙ୍ଗାଳୀ କଲୋନୀ, ଗୌଡବାଡ ସାହି, ମା ଦୁର୍ଗାପୂଜା କମିଟି, ଟିକରପଡ଼ା ଆଦି ଯୋଗଦେବେ |ସେହିପରି ଗୋଷାଣୀ ଯାତ ର ଅନ୍ୟ ଚରିତ୍ର ମାନଙ୍କ ମଧ୍ୟରେ ବାଲି ସାହି ନାଗା, ହରଚଣ୍ଡୀ ସାହି ନାଗା, ମାଜେଣା ଯାଗା ନାଗା, ବଳଗଣ୍ଡି, ନାଗା, ପଶ୍ଚିମ ଦ୍ଵାର, ନାଗା, ନରେନ୍ଦ୍ର କୋଣ ନାଗା, ମାଟିମଣ୍ଡପ ସାହି, ନାଗା, ଶୀତଳପିଣ୍ଡା ସାହି, ଗୌଡବାଡ ସାହି ମହାସୁଆର ନାଗା,ନାଗା, ହାଡ଼ି ସାହି, ନାଗା, ସିଦ୍ଧମହାବୀର ପାଟଣା ହରଚଣ୍ଡି ସାହି ବଳିକର ନାଗା, ବଢେଇ ଗଳି ର ବୁଢ଼ା ବୁଢ଼ୀ ନାଚ, ମାର୍କଣ୍ଡେଶ୍ଵର ସାହି,ଶ୍ରୀ କୃଷ୍ଣବଳରାମ, ଶୀତଳପିଣ୍ଡା ସାହି, ଶ୍ରୀ ସୂର୍ଯ୍ୟମୁଖୀ ମହାବୀର, ମଣିକର୍ଣ୍ଣିକା ସାହି, ଶ୍ରୀ ପଞ୍ଚମୁଖୀ ହନୁମାନ, ହରଚଣ୍ଡୀ ସାହି,ସମ୍ପାତି କନ୍ଧେ ଅଷ୍ଟବୀର, ମାର୍କଣ୍ଡେଶ୍ଵର ସାହି ମାଟିମଣ୍ଡପ ସାହି ଶ୍ରୀ କାମେଶ୍ୱର ମହାଦେବ, ବଡ଼ ଆଖେଡ଼ା ଯାଗା ରାବଣାନୁଗ୍ରହ, ଗୁଡ଼ିଆ ସାହି ର ରାବଣାନୁଗ୍ରହ,ଗୁଡ଼ିଆ ସାହି ର ଶିବ-ଜଳନ୍ଧର ବଧ, ରଥାରୁଢ଼ ଶିବ ପରିବାର, ମଣିକର୍ଣ୍ଣିକା ସାହି, ମା କୃଷ୍ଣକାଳୀ, ଘୋଡ଼ା ବାସେଳୀ ସାହି, ପାଣିକାତ ସାହି ର ବୀର ହନୁମାନ କନ୍ଧେ ରାମ ଲକ୍ଷ୍ମଣ, ହରଚଣ୍ଡି ସାହି ବାଉରିଆ ବୁଢ଼ା, ଶୀତଳପିଣ୍ଡା ସାହି ପର୍ଶୁରାମ,ହରଚଣ୍ଡି ସାହି ହାଡ଼ିଆ ବଣିଆ ଭୂତ, ବେଲ ତିଆଡି ବୁଢ଼ା, ଦୋଳମଣ୍ଡପ ସାହି, ନବଗୁଞ୍ଜର, ଉତ୍ତର ଦ୍ଵାର, ଶ୍ରୀ କୃଷ୍ଣ, ମଣିକର୍ଣ୍ଣିକା ସାହି(ଦୁଇ ଜଣ),ଶ୍ରୀ ନଟରାଜ, ଗୁଡିଆ ସାହି, ଶ୍ରୀ ଋଷ୍ୟଶୃଙ୍ଗ ୠଷି, ଶୀତଳପିଣ୍ଡା ସାହି,ଶବର, ହରଚଣ୍ଡି ସାହି, ବିଭିନ୍ନ ସାହିରୁ ହର ପାର୍ବତୀ, ବିଭିନ୍ନ ସାହି ରୁ ନାଗା, ବିଭିନ୍ନ ସାହିରୁ ମଲ୍ଲ ବା ମାଲ ଯୋଗଦେବେ |ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି |ବିଭିନ୍ନ ଆଲୋକମାଳା ରେ ଝଲସିବ ସିଂହଦ୍ୱାର |ଶେଷରେ ଦେବୀମାନଙ୍କୁ ବିସର୍ଜନ କରାଯିବ |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ