ଏନ୍ସିସିର ବାର୍ଷିକ ପ୍ରଶିକ୍ଷଣ
ଜୟପୁର, ୨୨ ଅକ୍ଟୋବର(ହି.ସ.) – ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଆୟୋଜିତ ୧୮ତମ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର(ସିଏଟିସିରେ ବ୍ୟାଙ୍କିଂ ସଚେତନତା ଓ ସତର୍କତା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ଜୟପୁର ଏସ୍ୱିଆଇ ମୁଖ୍ୟ
ଏନସିସି ର ବାର୍ଷିକ ପ୍ରଶିକ୍ଷଣ


ଜୟପୁର, ୨୨ ଅକ୍ଟୋବର(ହି.ସ.) – ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଆୟୋଜିତ ୧୮ତମ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର(ସିଏଟିସିରେ ବ୍ୟାଙ୍କିଂ ସଚେତନତା ଓ ସତର୍କତା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ଜୟପୁର ଏସ୍ୱିଆଇ ମୁଖ୍ୟ ଶାଖାର ଅଧିକାରୀ ଗୌରବ କୁମାର ମିଶ୍ର ଓ ଆଲୋକ ରଞ୍ଜନ ବୈରାଗୀ ଯୋଗଦେଇ ବ୍ୟାଙ୍କିଂ ବ୍ୟବସ୍ଥା, ଡିଜିଟାଲ୍ କାରବାର ଏବଂ ଅନ୍ଲାଇନ୍ ଠକେଇରୁ ସୁରକ୍ଷା ସମ୍ପର୍କରେ କ୍ୟାଡେଟମାନଙ୍କୁ ସଚେତନ କରିଥିଲେ। ଓଟିପି, ଏଟିଏମ୍ ପିନ୍ ଓ ବ୍ୟାଙ୍କିଂ ସମ୍ପର୍କିତ ଗୋପନୀୟ ତଥ୍ୟର ସୁରକ୍ଷା ସହ ସଚ୍ଚୋଟତା ଓ ନୈତିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏସ୍ଡି କ୍ୟାଡେଟମାନେ ଟେଂଟ ସ୍ଥାପନର କୌଶଳ ପ୍ରଦର୍ଶନ କରିଥିଲେ। ଏହାଦ୍ୱାରା କ୍ୟାଡେଟମାନଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଓ ଆର୍ôଥକ ସାକ୍ଷରତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande