
ଧର୍ମଶାଳା,୨୨ଅକ୍ଟୋବର(ହି.ସ.) - ପୁଣି ଭିଜିଲାନ୍ସ ଚଢ଼ାଉ। ଯାଜପୁର ଜିଲ୍ଲା ବଡ଼ଚଣା ଆର୍ ଆଣ୍ଡ ବି ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବହଚଣା ସମେତ ମୋଟ ୭ଗୋଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୩ଜଣ ଏଏସ୍ପି, ୬ଜଣ ଡିଏସ୍ପି, ୩ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଏଭଳି ଘଟଣାକୁ ନେଇ ଯାଜପୁର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ