ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା, କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି
ବଲାଙ୍ଗୀର, ୨୩ ଅକ୍ଟୋବର(ହି.ସ.) – ଦେଓଗାଁ ବ୍ଲକ ଡାହିମାଲ ଗ୍ରାମରେ ଅକ୍ଟୋବର ୨୧ ତାରିଖ ଜଙ୍ଗଲୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକନାଥ ଭୋଇଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ପତ୍ର ଲେଖି ଦାବି କରିଛନ୍
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ,କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି


ବଲାଙ୍ଗୀର, ୨୩ ଅକ୍ଟୋବର(ହି.ସ.) – ଦେଓଗାଁ ବ୍ଲକ ଡାହିମାଲ ଗ୍ରାମରେ ଅକ୍ଟୋବର ୨୧ ତାରିଖ ଜଙ୍ଗଲୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକନାଥ ଭୋଇଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ପତ୍ର ଲେଖି ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପତ୍ରରେ ସେ କହିଛନ୍ତି ଯେ, ବନ୍ୟପ୍ରାଣୀ ଆକ୍ରମଣରେ ମାନବ ଜୀବନହାନି ଏକ ଗଭୀର ଚିନ୍ତାର ବିଷୟ। ମୃତକଙ୍କ ପରିବାରକୁ ପ୍ରଚଳିତ ନିୟମ ଅନୁଯାୟୀ ସହାୟତା ସହ ଅତିରିକ୍ତ ସ୍ୱତନ୍ତ୍ର ଅନୁକମ୍ପା ରାଶି ମଞ୍ଜୁର କରି ମୋଟ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ।

ସେହିପରି ହାତୀ ଉପଦ୍ରବରେ ଭାଙ୍ଗିଯାଇଥିବା ସୀତାରାମ ଭୋଇଙ୍କ ବାସଗୃହ ପାଇଁ ତୁରନ୍ତ କ୍ଷତିପୂରଣ ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।

ଏଥିସହ ହାତୀ ଚଳାଚଳ ଉପରେ ନଜର ରଖିବା, ଆଗୁଆ ସତର୍କ ସୂଚନା ଦେବା ଏବଂ ଗ୍ରାମବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ନେବାକୁ ଡ. ବିଶି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande