
ମାଲକାନଗିରି , ୨୩ ଅକ୍ଟୋବର (ହି.ସ.) -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ତାମନପଲ୍ଲୀଠାରେ ଆଜି ଆୟୋଜିତ ସହିଦ ସୁନାମ ତାମା ଦୋରା ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଉମରକୋଟ ଦଳ ଚମତ୍କାର ପ୍ରଦର୍ଶନ କରି ସୁକମା ଦଳକୁ ୪-୦ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଉମରକୋଟ ଦଳ ୪ଟି ଗୋଲ୍ ସ୍କୋର କରିଥିବା ବେଳେ ସୁକମା ଦଳ କୌଣସି ଗୋଲ୍ କରିପାରି ନଥିଲା।
ଆଜିର ଏହି ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଙ୍କ ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ ନିହାର ରାୟ, କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ହରବିଳାଶ ମଣ୍ଡଳ, ବିଜେପି ଜିଲ୍ଲା ଉପସଭାପତି ଭବାନୀ ମୁଖାର୍ଜୀ,ପୂର୍ବତନ ଜିଲ୍ଲା ପରିଷଦ ଉତ୍ତମ ରାୟ,ରାମଚନ୍ଦ୍ର ବେଟି -କାଲିମେଳା ମଣ୍ଡଳ ସଭାପତି,ବଜା ମାଡକାମୀ,ଶୁଭ୍ରମସୁ ସାହୁ,ବିଧାନ ମଣ୍ଡଳ, ଦେବା କୁଞ୍ଜା ପ୍ରମୁଖ ଉପସ୍ଥିତ ଥିଲେ!
ଏହି ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ମହିଳା ଖେଳାଳିମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ଫୁଟବଲ୍ ପ୍ରତି ଆଗ୍ରହ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି ହୋଇଛି। ଉମରକୋଟ ଦଳର ଏହି ବିଜୟକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।ଦୀର୍ଘ ୭ବର୍ଷ ଧରି ତାମନପଲ୍ଲୀଠାରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇ ଆସୁଅଛି l ଏହି ଖେଳ କୁ ଦୁଲା ମାଡି, ଯୋଗା ମାଡି, ଦିନେଶ ସାଲବମ, ଦେବା ମାଡି, ସାଏଦ ଆମଜାଦ, ସୁରେଶ ମାଢ଼ୀ ପ୍ରମୁଖ ଆୟୋଜନ କରିଥିଲେ . l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ