
ଗଂଜାମ, 23 ଅକ୍ଟୋବର (ହି.ସ.) କବିସୂର୍ଯ୍ୟ ନଗର ଥାନା ମାଲ ଗୁଡ଼ିଆ ଛକରେ ଗଚକାଲି ରାତିରେ ଜଣେ ଯୁବକକୁ ହତ୍ୟା କରାଯାଇଛି। ପ୍ରାୟ ତିନି ଜଣ ଯୁବକ ମୃତ ନାରାୟଣ ପ୍ରଧାନକୁ ଡ଼ାକିନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାରାୟଣର ଘର ପୋଲସରା ଥାନା ଡ଼ୁବୁରୀ ଗାଁରେ। ଖବର ପାଇ କବିସୂର୍ଯ୍ୟ ନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶଵ ଜଵତ କରି ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମେୟ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ