ଏସବିଆଇ ମାଲକାନଗିରି ପକ୍ଷରୁ ଅରାତି ସୋଡ଼ିଙ୍କୁ ୨ ଲକ୍ଷ ପିଏମ୍ଏସବିୱାଇ ବୀମା ଦାବି ରାଶି ପ୍ରଦାନ
ମାଲକାନଗିରି, ୨୩ ଅକ୍ଟୋବର (ହି.ସ.)- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମାଲକାନଗିରି ମୁଖ୍ୟ ଶାଖାର ପ୍ରବନ୍ଧକ ବିନୋଦ କୁମାର ବିଶୋୟୀ ଆଜି ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍ଏସବିୱାଇ) ଅଧୀନରେ ଭୀମାରଙ୍ଗିଣୀ ଗ୍ରାମର ବାସିନ୍ଦା ସଦନ ସୋଡ଼ିଙ୍କ ପତ୍ନୀ ଅରାତି ସୋଡ଼
ଏସ୍ବିଆଇ ମାଲକାନଗିରି ପକ୍ଷରୁ ଅରାତି ସୋଡ଼ିଙ୍କୁ ୨ ଲକ୍ଷ ପିଏମ୍ଏସ୍ବିୱାଇ ବୀମା ଦାବି ରାଶି ପ୍ରଦାନ


ମାଲକାନଗିରି, ୨୩ ଅକ୍ଟୋବର (ହି.ସ.)- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମାଲକାନଗିରି ମୁଖ୍ୟ ଶାଖାର ପ୍ରବନ୍ଧକ ବିନୋଦ କୁମାର ବିଶୋୟୀ ଆଜି ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍ଏସବିୱାଇ) ଅଧୀନରେ ଭୀମାରଙ୍ଗିଣୀ ଗ୍ରାମର ବାସିନ୍ଦା ସଦନ ସୋଡ଼ିଙ୍କ ପତ୍ନୀ ଅରାତି ସୋଡ଼ିଙ୍କୁ ୨,୦୦,୦୦୦ (ଦୁଇ ଲକ୍ଷ ଟଙ୍କା)ର ଚେକ୍ ପ୍ରଦାନ କରିଛନ୍ତି।

ଏହି ଅବସରରେ ସରପଞ୍ଚ କେଶବ ସିସା, ଫିଲ୍ଡ ଅଫିସର ସୌମ୍ୟ ରଞ୍ଜନ ବେହେରା, ହିସାବରକ୍ଷକ ଛାୟାକାନ୍ତ ଛତ୍ରିଆ, ନରସିଂହ ସାହୁଙ୍କ ସମେତ ଏସ୍ବିଆଇ ମାଲକାନଗିରି ମୁଖ୍ୟ ଶାଖାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଲୋକମାନଙ୍କ ନିକଟରେ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପହଞ୍ଚାଇବା ପ୍ରତି ଏସବିଆଇର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି। ପିଏମ୍ଏସବିୱାଇ ଯୋଜନା ଅଧୀନରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ନିର୍ଦ୍ଦିଷ୍ଟ ପ୍ରକାରର ଅକ୍ଷମତା ପାଇଁ ଯୋଜନାର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିଥାଏ । ଏହି ଦାବି ନିଷ୍ପତ୍ତି ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାମାଜିକ ସୁରକ୍ଷାର ଗୁରୁତ୍ୱକୁ ଉଜାଗର କରିଛି। କଠିନ ସମୟରେ ଯୋଗ୍ୟ ହିତାଧିକାରୀ ଓ ତାଙ୍କ ପରିବାରକୁ ସମୟୋପଯୋଗୀ ଆର୍ଥିକ ସହାୟତା ଯୋଗାଇବାରେ ଏପରି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଏସବିଆଇ ମାଲକାନଗିରି ମୁଖ୍ୟ ଶାଖା ସରକାରୀ ବୀମା ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ଯୋଗ୍ୟ ହିତାଧିକାରୀମାନେ ଉପଲବ୍ଧ ସୁବିଧା ପାଇପାରିବେ ବୋଲି ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande