ବିନା ଟେଣ୍ଡରରେ ଚାଲିଛି ପିଚୁ ତାଳିପକା କାର୍ଯ୍ୟ
ସାଲେପୁର, ୨୩ ଅକ୍ଟୋବର (ହି.ସ.) ସାଲେପୁର ପୂର୍ତ ବିଭାଗ ଅଧିନରେ ଥିବା କୁଳିଆଠାରୁ କଟିକଟା ପର୍ଯ୍ୟନ୍ତ୍ ରାଜ୍ୟ ରାଜପଥ କଟକ -ଚାନ୍ଦବାଲି ରାସ୍ତାରେ ଦଶହରା ପୂଜାର ଠିକ୍ ପୂର୍ବରୁ ବିନା ଟେଣ୍ଡରରେ ପିଚୁ ତାଳିପକା କାର୍ଯ୍ୟ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ନିୟମାନୁସାରେ ପିଚ
ବିନା ଟେଣ୍ଡରରେ ଚାଲିଛି ପିଚୁ ତାଳିପକା କାର୍ଯ୍ୟ


ସାଲେପୁର, ୨୩ ଅକ୍ଟୋବର (ହି.ସ.) ସାଲେପୁର ପୂର୍ତ ବିଭାଗ ଅଧିନରେ ଥିବା କୁଳିଆଠାରୁ କଟିକଟା ପର୍ଯ୍ୟନ୍ତ୍ ରାଜ୍ୟ ରାଜପଥ କଟକ -ଚାନ୍ଦବାଲି ରାସ୍ତାରେ ଦଶହରା ପୂଜାର ଠିକ୍ ପୂର୍ବରୁ ବିନା ଟେଣ୍ଡରରେ ପିଚୁ ତାଳିପକା କାର୍ଯ୍ୟ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ନିୟମାନୁସାରେ ପିଚୁ କାମ କରିବାପାଇଁ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରିବା କଥା । ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦଶହରାର ଠିକ୍ ପୂର୍ବରୁ ଏହି ରାସ୍ତାରେ ପିଚୁ ତାଳିପକା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି । ତାଳିପକା କାମର ମୋଟେଇକୁ ନେଇ ପ୍ରଶ୍ନ ଉଠୁଛି । ସଠିକ୍ ଭାଗମାପରେ ପିଚୁ ଦିଆଯାଇ ନଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି । ଏହି ରାସ୍ତାରେ ଖାଲ ଖମା ଥିବା ଖବର ଗଣମାଧ୍ୟମରେ ବହୁ ପୂର୍ବରୁ ପ୍ରକାଶ ପାଇଥିଲେ ମଧ୍ୟ ଠିକ୍ ଦଶହରା ପୂଜା ପୂର୍ବରୁ ବିଭାଗୀୟ ଅଧିକାରୀ କ’ଣ ପାଇଁ ତାଳିପକା କାର୍ଯ୍ୟ ଆରମ୍ଭ କଲେ । ତାହା ଏବେ ସାଧାରଣରେ ଚର୍ଚ୍ଚା ଧରିଛି । ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱରେ ଥାଇ ଦୁର୍ନିତିରେ ଲିପ୍ତ ରହିଥିବା କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସଙ୍କ ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ତାଙ୍କୁ ବର୍ତମାନ ପଦୋନ୍ନତି ଦିଆଯାଇ ସାଲେପୁର ପୂର୍ତ ବିଭାଗରେ ସହକାରୀନିର୍ବାହୀ ଯନ୍ତ୍ରୀରଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କପ୍ରତି ଏତେ ଦରଦ କାହାର ଓ କାହା ପ୍ରୋତ୍ସାହନରେ ସଂପୃକ୍ତା ଦୁର୍ନୀତିଗ୍ରସ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କିଏ ପଦୋନ୍ନତି ଦେଇ ଗ୍ରାମ୍ୟ ଉନ୍ନୟନବିଭାଗରୁ ପୂର୍ତ ବିଭାଗକୁ ବଦଳି କରିଛନ୍ତି । ତାଙ୍କ ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଲେ ମଧ୍ୟ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଆୟବର୍ହିଭୂତସଂପତି ତାଙ୍କ ପାଖରେ ଠୁଳ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦୁର୍ନୀତି ବିଭାଗ ପକ୍ଷରୁ ସଂପୃକ୍ତା ସହକାରୀନିର୍ବାହୀ ଯନ୍ତ୍ରୀଙ୍କର ସମ୍ପତିର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ହେଉଛି ।

---------------

---------------

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande