
ଜୟପୁର, ୨୩ ଅକ୍ଟୋବର(ହି.ସ.) – ଓଡ଼ିଶାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସାଥି ଭଗବତୀ ଚରଣ ପାଣିଗ୍ରାହୀଙ୍କ ୮୩ତମ ସ୍ମୃତିଚାରଣ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ଅପରାହ୍ନ ଘ:୫.୦୦ ସମୟରେ ପାଳିତ ହୋଇଯାଇଛି। ମାର୍କ୍ସବାଦୀ ନୀତିରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ଯୁବ ସମାଜ ମଧ୍ୟରେ ସାହିତ୍ୟ ସାଂସ୍କୃତିକ ବିପ୍ଳବ ମାଧ୍ୟମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। ନବଯୁଗ ସାହିତ୍ୟ ସଂସଦ ମାଧ୍ୟମରେ ଅନେକ ସାହିତ୍ୟ ରଚନା ସୃଷ୍ଟି ହୋଇଛି। ତାଙ୍କ ରଚିତ ଶିକାର ଗଳ୍ପ ଅନୁକରଣରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ଜାତୀୟ ପୁରସ୍କାର ଲାଭ କରିଥିଲା। ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୁରଣ ପାଇଁ ଜନ ଆନ୍ଦୋଳନ ଏବଂ ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧୀ ସ୍ୱାଧିନତା ଆନ୍ଦୋଳନରେ ଝାସଦେଇ ଇତିହାସ ସୃଷ୍ଟି କରିଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ। ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଠିର ରାଉଳ, ଗୁପ୍ତ ସଗରିଆ, ବଳିଭଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି