ଜିଲ୍ଲା କଂଗ୍ରେସ ପକ୍ଷରୁ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ପୁରୀ, ୨୩ ଅକ୍ଟୋବର (ହି.ସ.)- ଶୁକ୍ରବାର ଭୋଟ ବଚାଓ, ଦେଶ ବଚାଓ ନାରାରେ କମ୍ପିଲା ପୁରୀ ସହର। ଭୋଟରଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ଟାଉନ କଂଗ୍ରେସ (କ) ପକ୍ଷରୁ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବାଷ ବୋଷ ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର
ଜିଲ୍ଲା କଂଗ୍ରେସ ପକ୍ଷରୁ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ


ପୁରୀ, ୨୩ ଅକ୍ଟୋବର (ହି.ସ.)- ଶୁକ୍ରବାର ଭୋଟ ବଚାଓ, ଦେଶ ବଚାଓ ନାରାରେ କମ୍ପିଲା ପୁରୀ ସହର। ଭୋଟରଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ଟାଉନ କଂଗ୍ରେସ (କ) ପକ୍ଷରୁ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବାଷ ବୋଷ ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମ୍ବିଧାନର ଧାରା ୩୨୬ ପାଠ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ ଆନ୍ଦୋଳନକାରୀ।

ଭୋଟରଙ୍କ ଅଧିକାରର ସୁରକ୍ଷା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ପୁରୀରେ କଂଗ୍ରେସର ପ୍ରତିବାଦ। “ଭୋଟ ବଚାଓ, ଦେଶ ବଚାଓ” ସ୍ଲୋଗାନ ଦେଇ ସୁବାଷ ବୋଷ ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ ଶତାଧିକ କଂଗ୍ରେସ କର୍ମୀ । ଏହି ପ୍ରତିବାଦ ମାଧ୍ୟମରେ ଭୋଟରଙ୍କ ମତଦାନ ଅଧିକାରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୁରୀ ଟାଉନ କଂଗ୍ରେସ (କ) ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ଟାଉନ କଂଗ୍ରେସ (କ) ସଭାପତି ବିଶ୍ୱରଂଜନ ମହାପାତ୍ର। ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ନେତା ସୁଜିତ ମହାପାତ୍ର, ବିନାୟକ ଦାସମହାପାତ୍ର, ନୀଳମଣି ପ୍ରଧାନ, ପୂର୍ବତନ ନଗର ସଭାପତି ଅମରେନ୍ଦ୍ର ପାଇକରାୟ, ପ୍ରେମଜିତ୍ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ଆର୍ତ୍ତତ୍ରାଣ ସାହୁ, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ସାହୁ, ମମତା ସ୍ୱାଇଁ, ମନୋଜ ବେହେରା, ରାଧେଶ୍ୟାମ ସାହୁ, ଅମିୟ ମହାପାତ୍ର, ସ୍ମୃତି ରଂଜନ ପତି, ମନୋଜ ମହାପାତ୍ର, ସୂର୍ଯ୍ୟନାରାୟଣ ପଣ୍ଡା, ସିଲା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande