ମଦ ବନ୍ଦ ଦାବିରେ ଘେରାଉ କଲେ ଶତାଧିକ ମହିଳା
ଜୟପୁର, ୨୩ ଅକ୍ଟୋବର(ହି.ସ.) – ଜୟପୁର ବ୍ଲକ ଅନ୍ତର୍ଗତ ବଡ଼ଜିଉନା ପଂଚାୟତରେ ବେଆଇନ ମଦ କାରବାର ବନ୍ଦ ଦାବିରେ ଶତାଧିକ ମହିଳା। ଏହି ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ଦାବିରେ ଗ୍ରାମବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ
ମଦ ବନ୍ଦ ଦାବିରେ  ଘେରାଉ କଲେ ଶତାଧିକ ମହିଳା


ଜୟପୁର, ୨୩ ଅକ୍ଟୋବର(ହି.ସ.) – ଜୟପୁର ବ୍ଲକ ଅନ୍ତର୍ଗତ ବଡ଼ଜିଉନା ପଂଚାୟତରେ ବେଆଇନ ମଦ କାରବାର ବନ୍ଦ ଦାବିରେ ଶତାଧିକ ମହିଳା। ଏହି ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ଦାବିରେ ଗ୍ରାମବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, ବଡ଼ଜିଉନା ପଂଚାୟତ ଅଧୀନରେ ଥିବା ଗ୍ରାମଗୁଡ଼ିକରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ ତଥା ବିକ୍ରି କରାଯାଉଛି। କିଛି ଅସାଧୁ ବ୍ୟକ୍ତି ଏହି କାରବାରରେ ସମ୍ପୃକ୍ତ ରହି ପଂଚାୟତରେ ଅଶାନ୍ତି ସୃଷ୍ଟି କରୁଛନ୍ତି, ଯାହା ଫଳରେ ଗାଁଗଣ୍ଡାରେ ଶାନ୍ତିଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ମହିଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅକ୍ଟୋବର ୫ ତାରିଖ ଦିନ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ କୌଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଏସ୍ଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଶତାଧିକ ମହିଳା ଉପସ୍ଥିତ ହୋଇ ନିଜର ଦାବି ଜଣାଇଥିଲେ। ଗ୍ରାମରେ ଚାଲିଥିବା ଏହି ବେଆଇନ ନିଶା କାରବାର ଉପରେ ପ୍ରଶାସନ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅଂଚଳବାସୀ ଶାନ୍ତିପୂର୍ଣ୍ଣ ଭାବେ ରାଜରାସ୍ତା ଅବରୋଧ କରିବା ସହ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ରର ନକଲ ଅବକାରୀ ବିଭାଗ ଓ ଜୟପୁର ସଦର ଥାନା ଅଧିକାରୀଙ୍କ ନିକଟକୁ ମଧ୍ୟ ପ୍ରେରଣ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବଡ଼ଜିଉନା ସରପଂଚ ତ୍ରିନାଥ ପୂଜାରୀଙ୍କ ସମେତ ଗ୍ରାମର ଅନେକ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ୩ ଦିନ ଭିତରେ ଦାବି ପୂରଣ ନହେଲେ ଜୟପୁର ସଦର ଥାନାକୁ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande