
ଜୟପୁର, ୨୩ ଅକ୍ଟୋବର(ହି.ସ.) – ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ମୁକାବିଲା ପାଇଁ ଏନ୍ସିସି କ୍ୟାଡେଟ୍ ନେଲେ ତାଲିମ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୮ତମ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଅବସରରେ ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କୋରାପୁଟ ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ କାର୍ଯ୍ୟନୁଷ୍ଠାନ ବାହିନୀ(ଓଡ୍ରାଫ)ର ସଦସ୍ୟମାନେ କ୍ୟାଡେଟ୍ମାନଙ୍କୁ ଉଦ୍ଧାର କାର୍ଯ୍ୟର କୌଶଳ, ଆହତଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଓ ଜରୁରୀ ପରିସ୍ଥିତିରେ ଜୀବନ ରକ୍ଷାର ବିଭିନ୍ନ ପଦ୍ଧତି ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ। ଏଥିସହ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଉପକରଣ ଓ ସୁରକ୍ଷା ସାମଗ୍ରୀର ପ୍ରଦର୍ଶନୀ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ, ସତର୍କତା, ଶୃଙ୍ଖଳା ଓ ଦଳଗତ କାର୍ଯ୍ୟର ଗୁରୁତ୍ୱ ସମ୍ପର୍କରେ ମଧ୍ୟ କ୍ୟାଡେଟ୍ମାନଙ୍କୁ ସଚେତନ କରାଯାଇଥିଲା। ଏଭଳି ପ୍ରଶିକ୍ଷଣ ଯୁବପିଢ଼ିଙ୍କ ମଧ୍ୟରେ ଜନସେବା, ମାନବିକତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି