
ବଲାଙ୍ଗିର, ୨୪ ଅକ୍ଟୋବର (ହି.ସ.)- ବଲାଙ୍ଗିର ତେଲିଗୋଠ ପଡ଼ା ମୂଳ ନିବାସୀ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ଅଶ୍ୱିନୀ କୁମାର ମିଶ୍ର (୭୮)ଙ୍କ ଆଜି ଦିନବେଳା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି l ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା l ତାଙ୍କ ଦେହାନ୍ତ ସମୟରେ ସ୍ତ୍ରୀ ମାଧୁରୀ ମିଶ୍ର, ପୁଅ ଅଭିନାଶ ମିଶ୍ର, ବୋହୂ ଅର୍ଚନା ମିଶ୍ର, ବଡ଼ଝିଅ ରଂଜିତା ମିଶ୍ର, ଜ୍ୱାଇଁ ସାମ୍ବାଦିକ ରିତୁରାଜ ସିଂହ, ସାନଝିଅ ସିପ୍ରା ପାଢ଼ୀ, ଜ୍ୱାଇଁ ସନ୍ତୋଷ ପାଢ଼ୀ, ନାତୁଣୀ ଆଦ୍ୟାଶା, ଆରାଧ୍ୟା, ସାଇଲି, ସାଇସା, ନାତୀ ସୋମୁଙ୍କ ସମସ୍ତ ପରିବାର ଏବଂ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି l ତାଙ୍କ ପୁତ୍ର ଅଭିନାଶ ମୁଖାଗ୍ନି ଦେଇଥିଲେ l ଏହି ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
ତେଲିଗୋଠ ପଡାରେ ସ୍ୱର୍ଗତ ଅଶ୍ୱିନୀ କୁମାର ମିଶ୍ରଙ୍କ ଦେହାନ୍ତ ଖବର ପହଂଚିଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ୱର୍ଗତ ମିଶ୍ର ଆଇନଜୀବୀ ସାଙ୍ଗକୁ ଜଣେ ସମାଜସେବୀ ଏବଂ ପରଉପକାରୀ ବ୍ୟକ୍ତି ଥିଲେ l ତାଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ