କିଶୋରୀ ବାଳିକା ମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ଯ ବାବଦ ଅର୍ଥ ୫ ମାସ ହେଲା ଦିଆଯାଇନାହିଁ
ଗଞ୍ଜାମ, ୨୪ ଅକ୍ଟୋବର (ହି.ସ.)- ସମସ୍ତ କିଶୋରୀ ମାନଙ୍କୁ ମାସରେ ୧୬ଟି ଅଣ୍ଡା ଦେବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଂଗନବାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଜାରରେ ଅଣ୍ଡା ଦର ଦଶ ଟଙ୍କା ହେଲାଣି, ତେବେ ସରକାରଙ୍କ ପକ୍ଷରୁ ଅଣ୍ଡା କିଣିବାକୁ ଅଂଗନବାଡି କର୍ମୀମା
କିଶୋରୀ ବାଳିକା ମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ଯ ବାବଦ ଅର୍ଥ ୫ ମାସ ହେଲା ଦିଆଯାଇନାହିଁ


ଗଞ୍ଜାମ, ୨୪ ଅକ୍ଟୋବର (ହି.ସ.)- ସମସ୍ତ କିଶୋରୀ ମାନଙ୍କୁ ମାସରେ ୧୬ଟି ଅଣ୍ଡା ଦେବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଂଗନବାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଜାରରେ ଅଣ୍ଡା ଦର ଦଶ ଟଙ୍କା ହେଲାଣି, ତେବେ ସରକାରଙ୍କ ପକ୍ଷରୁ ଅଣ୍ଡା କିଣିବାକୁ ଅଂଗନବାଡି କର୍ମୀମାନଙ୍କୁ ଅଣ୍ଡାପିଛା ଦାମ୍ ସାତ ଟଙ୍କା ଦିଆଯାଉଛି। ଯାହା ହେଲେ ବି ଅଂଗନବାଡି କର୍ମୀମାନେ ବଂନ୍ଧାପଡନ୍ତୁ କିମ୍ବା ନିଜ ପାରିଶ୍ରମିକରୁ ଅଣ୍ଡା କିଣିଦେବାକୁ ସରକାରଙ୍କ ପକ୍ଷରୁ ବାଧ୍ୟ କରାଯାଇଛି ।

ଅନ୍ୟପକ୍ଷରେ ଗଂଜାମ ଜିଲ୍ଲାରେ ଦୀର୍ଘ ପାଂଚ ମାସ ହେଲା କିଶୋରୀ ମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ଯ ବାବଦ ଅର୍ଥ ଦିଆଯାଇନି। ଏଣୁ ବିଭାଗୀୟ ତଥା ରାଜ୍ୟ ଉପ ମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ତୁରନ୍ତ ଘଟଣାର ଅନୁଧ୍ୟାନ କରି ଅଣ୍ଡା କିଣା ଅର୍ଥ ବାବଦ ଟଂକା ଅଂଗନବାଡି କର୍ମୀମାନଙ୍କୁ ପ୍ରଦାନ କରିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande