ବହୁଜନ ସମାଜ ପାର୍ଟିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ
କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବହୁଜନ ସମାଜ ପାର୍ଟି ଶାଖା ତରଫରୁ ଏକ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି କ୍ଷୀରୋଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବହୁଜନ ସମାଜ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ମଧୁସୁଦନ
ବହୁଜନ ସମାଜ ପାର୍ଟିରଜିଲ୍ଲାସ୍ତରୀୟକର୍ମକର୍ତ୍ତା ସମ୍ମିଳନୀ ।


କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବହୁଜନ ସମାଜ ପାର୍ଟି ଶାଖା ତରଫରୁ ଏକ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି କ୍ଷୀରୋଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବହୁଜନ ସମାଜ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ମଧୁସୁଦନ ଯାଦବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜିବୀ ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜୋନ୍ ମୁଖ୍ୟ ପ୍ରଭାରୀ ରଞ୍ଜନ କୁମାର ମଲ୍ଲିକ ମୁଖ୍ୟବକ୍ତା, ଆଇନଜିବୀ ପୂର୍ବତନ ରାଜ୍ୟ ସମ୍ପାଦକ ଲୋକସଭା ପ୍ରଭାରୀ କେନ୍ଦ୍ରାପଡା ଅକ୍ଷୟ କୁମାର ମଲ୍ଲିକ ସମ୍ମାନୀତ ଅତିଥି, ଅଶୋକ କୁମାର ସେଠୀ, ମଳୟକେତନ ଦାସ, ସମ୍ପାଦିକା ରଶ୍ମିତା ବିଶ୍ୱାଳ, ଦିଲ୍ଲୀପ ରାଉତରାୟ, ଜିଲ୍ଲା ଉପସଭାପତି, ପାକଟୁରା ବିଧାନସଭା ପ୍ରଭାରୀ କିଶୋର ମଲ୍ଲିକ, ମଧୁସୁଦନ ହୋତା (ମହାକାଳପଡାବିଧାନସଭା ପ୍ରଭାରୀ) ପ୍ରମୁଖ ଯୋଗଦେଇ ବହୁଜନ ସମାଜ ପାର୍ଟିର କର୍ମକର୍ତ୍ତାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯାଇଥିଲା । ଦଳକୁ ଆଗେଇନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବହୁଜନ ସମାଜ ପାର୍ଟି ଦଳିତ ଓ ସଂଖ୍ୟାଲଘୁମାନଙ୍କ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟକରି ଆସୁଛି । ଦଳର ଉନ୍ନତି ନିମନ୍ତେ ସମସ୍ତ କର୍ମକର୍ତ୍ତା ନିଜ ସ୍ତରରେ ଚେଷ୍ଟା କରିବା ପାଇଁ ମୁଖ୍ୟବକ୍ତା ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ ।

ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବିଦୁର ବିଶ୍ୱାଳ, ଧୀରେନ୍ଦ୍ର ମଲ୍ଲିକ, ପ୍ରଦୀପ ମଲ୍ଲିକ, ଅନିଲ୍ ଘଡାଇ, ଚର୍ତୁଭୁଜ କାଣ୍ଡି, ମିନତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ଶୁଶାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande