

ବଲାଙ୍ଗିର, ୨୪ ଅକ୍ଟୋବର (ହି.ସ.)- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ସାଉନ୍ତେଶ୍ୱରୀ ଦେବୀଙ୍କ ବଏଲ ଯାତ୍ରା ଗତକାଲି ସମାପନ ହୋଇଯାଇଛି । ଏହି ଯାତ୍ରାରେ ହଜାର ହଜାର ଲୋକ ମା'ଙ୍କ ଦର୍ଶନ କରି ଆଶିର୍ବାଦ ନେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଯୁବ ନେତା ନିହାର ରଂଜନ ବେହେରା, ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜୟକୃଷ୍ଣ ମିଶ୍ର, ବ୍ୟାସଦେବ ପୁରୋହିତ ପ୍ରମୁଖ ମା' ଙ୍କୁ ଦର୍ଶନ କରିଥିଲେ ।
ମା' ସାଉନ୍ତେଶ୍ୱରୀ ଦେବୀଙ୍କ ମନ୍ଦିର ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ପୂଜା କାର୍ଯ୍ୟ ମଧ୍ୟ ତୁଲାଇଥାନ୍ତି । ଏହି ମହୋତ୍ସବରେ ବହୁ ଶ୍ରଦ୍ଧାଳୁ ତାଙ୍କ ମାନସିକ ପୂରଣ ହେବା ଯୋଗୁଁ ମା' ଙ୍କ ନିକଟରେ ଭୋଗ, ନଡିଆ ସହ ବହୁ ସଂଖ୍ୟାରେ ବଳି ଦେଇଥିଲେ ।
ପୂଜା କାର୍ଯ୍ୟ ମାଣିକ ବେହେରା ଓ ରାଜା ବେହେରା ତୁଲାଇ ଥିଲେ। ଛତ୍ରିଆ କାର୍ତ୍ତିକ ଥନାପତି, ସେବକାରୀ ଠବୋ ବେହେରା, ଗୋକୁଳ ବେହେରା, ହୃଦାନନ୍ଦ ବେହେରା, ଶମ୍ଭୁ ବେହେରା, ବିକାଶ ବେହେରା, ଲଳିତ ଭୋଇ, ପ୍ରମୋଦ ପ୍ରଧାନ, ସନ୍ୱାସି ଭୋଇ, ବାନା ପଟେଲ, ରାକେଶ ଗଡତ୍ୟା, ରାମ ଗୋପାଳ ଭୋଇ, ଟିକୁନ ପ୍ରଧାନ, ସୂର୍ଯ୍ୟ ବେହେରାଙ୍କ ନେତୃତ୍ୱରେ ମହାଆଳତି ଓ ବଏଲ ଯାତ୍ରା ସମାପନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ