ବାଣପୁର ବ୍ଲକର ବିଭିନ୍ନ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ
ଖୋର୍ଦ୍ଧା, ୨୪ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆମ୍ରିତ୍ ଋତୁରାଜ ବାଣପୁର ବ୍ଲକ୍ର ବିଭିନ୍ନ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏପରିକି ଶିକ୍ଷାନୁଷ୍ଠାନଗୁଡ଼ିକର ଭିତିଭୂମି ଓ ମୌଳିକ ସୁବିଧାର ସମୀକ୍ଷା କରିଛନ୍ତି। ତେବେ ଜିଲ୍ଲାପାଳ ଶାଳିଆ ଆଶ୍ରମ ବିଦ୍ୟାଳ
ଜିଲ୍ଲାପାଳ


ଖୋର୍ଦ୍ଧା, ୨୪ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆମ୍ରିତ୍ ଋତୁରାଜ ବାଣପୁର ବ୍ଲକ୍ର ବିଭିନ୍ନ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏପରିକି ଶିକ୍ଷାନୁଷ୍ଠାନଗୁଡ଼ିକର ଭିତିଭୂମି ଓ ମୌଳିକ ସୁବିଧାର ସମୀକ୍ଷା କରିଛନ୍ତି। ତେବେ ଜିଲ୍ଲାପାଳ ଶାଳିଆ ଆଶ୍ରମ ବିଦ୍ୟାଳୟ, ତାଳବୋରେଇ ଆଶ୍ରମ ବିଦ୍ୟାଳୟ ଏବଂ ନୀଳାଦ୍ରି ପ୍ରସାଦ ହାଇସ୍କୁଲ ପରିଦର୍ଶନ କରିଥିଲେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ପରିଦର୍ଶନ ସମୟରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟଗୁଡ଼ିକର ଭିତିଭୂମି, ନିର୍ମାଣାଧୀନ କାର୍ଯ୍ୟ, ମରାମତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ବିଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଭିତିଭୂମି ଉନ୍ନୟନ ପାଇଁ ପ୍ରସ୍ତାବ ଦାଖଲ କରିବା ସହ ଜଳାଭାବ ଦୂର କରିବା ଏବଂ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତୀକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande