
Bhubaneswar, 24 ଅକ୍ଟୋବର (ହି.ସ.)
ରାଜ୍ୟରେ ବିଦୁ୍ୟତ୍ ବିତରଣ ଓ ବିଲ୍ ଆଦାୟ ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କୁ ଟାଟା ପାୱାର ଛଟେଇ କରି ଅନ୍ୟ ରାଜ୍ୟରୁ କର୍ମଚାରୀ ଆଣି ନିଯୁକ୍ତି ଦେଉଛି । ଏହା ଟାଟାର ଓଡ଼ିଆ ମାରଣ ନୀତିର ପ୍ରତିଫଳନ । ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ଟାଟାର ଏହି ଓଡ଼ିଆ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସଂଗେସଂଗେ ତୁରନ୍ତ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛି । ମହାସଂଘର ଅଧ୍ୟକ୍ଷ ପାନନ କାନୁନ୍ଗୋ ଓ ସମ୍ପାଦକ ରବି ବେହେରା କର୍ମଚାରୀଙ୍କର ଆନେ୍ଦାଳନ ପ୍ରତି ଉପଭୋକ୍ତା ମହାସଂଘର ସମର୍ଥନ ଘୋଷଣା କରିବା ସହିତ ଏହି ଆନେ୍ଦାଳନକୁ ଆହୁରି ବ୍ୟାପକତର କରିବା ପାଇଁ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ଛଟେଇ କର୍ମଚାରୀଙ୍କ ସହିତ ସବୁବେଳେ ରହିବ ବୋଲି ସେମାନେ ଘୋଷଣା କରିଛନ୍ତି । ଟାଟା ପାୱାର ଯଦି ଏହି କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ନ ଦିଏ, ତା’ହେଲେ ଟାଟା ହଟାଓ ଓଡ଼ଶା ବାଓ ଆନେ୍ଦାଳନକୁ ଜୋର୍ଦାର କରାଯିବ ବୋଲି ଉଭୟ ନେତା ଏକ ପ୍ରେସ୍ ବିବୃିରେ ଜଣେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା