
Bhubaneswar, 24 ଅକ୍ଟୋବର (ହି.ସ.)
ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଇଂରାଜୀ ପତି୍ରକା “ମାସ୍ ଆଉଟ୍ରିଚ୍” ତରଫରୁ ‘ମାସ୍ ଏକି୍ସଲେନ୍ସି ସମ୍ମାନ’ ମାଗାଜିନ୍ର ସମ୍ପାଦକ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଡ. ଦିଲ୍ଲୀ ଶ୍ରୀଚନ୍ଦନ, ଓଡ଼ିଶା ପାଇକ ଆଖଡା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ଚନ୍ଦନ କର, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ବିଶିଷ୍ଟ ଲେଖକ ଓ ସଂଳାପକାର ଡ. ରଜନୀରଞ୍ଜନ, ସମାଜସେବୀ ଡ. ନିବେଦିତା ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଡ. ସୁଧାଂଶୁ ଶେଖର ବିଶ୍ୱାଳ, ଆଶୁତୋଷ ମହାଲିକ୍, ଇଫ୍ତିକାର ଅଲ୍ଲୀ ଖାନ, ଲକ୍ଷ୍ମୀପ୍ରିୟା ପ୍ରଧାନ, ନିର୍ଭିକ ଖବର, ଡ. ପ୍ରଦୀପ କୁମାର ଦେହୁରୀ, ହର ପ୍ରସାଦ ମହାପାତ୍ର, ସସ୍ମିତା ମଙ୍ଗରାଜ, ସୁନିତା ମହାପାତ୍ର, କୌଶଲ୍ୟା ସେବା ଟ୍ରଷ୍ଟ, ଅମନ୍ ପଟେଲ୍, ପଦ୍ମିନୀ ପରିଡ଼ା, ଜୟଶ୍ରୀ ଦାସ, ସୋନା ମଲ୍ଲିକ, ମାନସ ରଂଜନ ସାହୁ, କାହ୍ନୁ ଚରଣ ମହାପାତ୍ର, ଅମୀୟ ନାୟକ, ମଲ୍ଲିକ ଅୱେସ୍ଙ୍କୁ ‘ମାସ୍ ଏକି୍ସଲେନ୍ସି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ମାସ୍ ଆଉଟ୍ରିଚ୍’ର ଅକ୍ଟୋବର ସଂସ୍କରଣ ଉନ୍ମୋଚିତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ପ୍ରଜ୍ଞା ପରମିତା ମହାନ୍ତି, ମିଲିରାଣୀ ବେହେରା, ସୁଶାନ୍ତ ମଲ୍ଲିକ, ଜଗନ୍ନାଥ ସାହୁ, ପିଆଲି ପ୍ରିୟଦର୍ଶିନୀ, ମନୋଜ କୁମାର ସାହୁ, ସରୋଜ କୁମାର ପ୍ରଧାନ, ସୂର୍ଯ୍ୟ ଦେଓ, ଚନ୍ଦନ ପଟ୍ଟନାୟକ, ପ୍ରଦୀପ ବେହେରା ପ୍ରମୁଖ ପରିଚାଳନାରେ ସାହାଯ୍ୟ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା