
ଜୟପୁର, ୨୪ ଅକ୍ଟୋବର (ହି.ସ.) - ଭାଲୁ ଆକ୍ରମଣ ରେ ଜଣେ ମହିଳା ମୃତ। ବୋରିଗୁମ୍ମା ବ୍ଲକ ବୋଡିଗାଁ ଟୋକିଗୁଡାର ପାର୍ବତୀ ମୁଦୁଲି ନାମକ ମହିଳା ପରିବା ତୋଳିବା ପାଇଁ ବାଡ଼ କୁ ଯାଇଥିଲେ ସେହି ସମୟରେ ଗୋଟେ ମାଆ ଭାଲୁ ଏବଂ ଦୁଇଟି ଛୁଆ ଭାଲୁ ସେହି ବାଡ଼ ଭିତରେ ଲୁଚି ରହିଥିଲେ ମାଆ ଭାଲୁ ପାର୍ବତୀ ମୁଦୁଲିଙ୍କୁ ଆକ୍ରମଣ କରିଥିଲା ମହିଳା ଜଣକ ରକ୍ତ ଜୁଡୁବୁଡୁଅବସ୍ଥାରେ ପଡ଼ି ଚିତ୍କାର କରିବା ପରେ ଗାଁ ଲୋକେ ଭାଲୁକୁ ଗଉଡାଇ ଥିଲେ ଏବଂ ପାର୍ବତୀଙ୍କୁ ଉଦ୍ଧାର କରି କୁମୁଲି ମେଡ଼ିକାଲ ନେଇଥିଲେ ପରେ ବୋରିଗୁମ୍ମା ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗାଁ ଲୋକେ ଅଭିଯୋଗ କରିଛନ୍ତି କି ପ୍ରାୟ ଦୁଇ ମାସ ଧରି ବୋଡିଗାଁ ଅଂଚଳରେ ଭାଲୁ ଆତଙ୍କ ଦେଖା ଦେଇଛି ବନ ବିଭାଗ ର ପେଟ୍ରୋଲିଂ ଉପରେ ପ୍ରଶ୍ନ ଉଠାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି