କ୍ୟାନସର ପୀଡ଼ିତ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ବାସନ୍ତୀ ଚାରିଟେବଲ୍ ଟ୍ରଷ୍ଟ
ଧର୍ମଶାଳା, ୨୪ ଅକ୍ଟୋବର (ହି.ସ.)- କ୍ୟାନସର ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ବଂଚିବାକୁ ସଂଘର୍ଷ କରୁଥିବା ପୀଡିତ ଯୁବକ ଜଣକ ଏବେ ପରିବାରର ବୋଝ ହୋଇ ପଡିଛନ୍ତି । ପରିବାରର ରୋଜଗାର କଥା ନ କହିବା ଭଲ । ବଡ
କ୍ୟାନସର ପୀଡ଼ିତ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ବାସନ୍ତୀ ଚାରିଟେବଲ୍ ଟ୍ରଷ୍ଟ


ଧର୍ମଶାଳା, ୨୪ ଅକ୍ଟୋବର (ହି.ସ.)- କ୍ୟାନସର ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ବଂଚିବାକୁ ସଂଘର୍ଷ କରୁଥିବା ପୀଡିତ ଯୁବକ ଜଣକ ଏବେ ପରିବାରର ବୋଝ ହୋଇ ପଡିଛନ୍ତି । ପରିବାରର ରୋଜଗାର କଥା ନ କହିବା ଭଲ । ବଡ ରୋଗକୁ ଭଲ କରିବା ଏବେ ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଏଭଳି ଦୟନୀୟ ଅବସ୍ଥାରେ ଜୀବନ ସହ ସଂର୍ଘଷ କରୁଥିବା ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଝାଲପଡା ପଂଚାୟତ ୧୪ ନଂ ୱାର୍ଡରେ । ଏହି ୱାର୍ଡର ମଝିସାହି ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ସତ୍ୟଜିତ ବେହେରା ୧୮ । ଦୀର୍ଘ ଦୁଇ ବର୍ଷ ହେଲା କ୍ୟାନସର ରୋଗରେ ପୀଡିତ ହୋଇ ବର୍ତମାନ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ବାପା ଗାଁ ଗାଁ ବୁଲି ଆଇସକ୍ରିମ ବ୍ୟବସାୟ କରି ଯାହା ଆଣନ୍ତି ସେଥିରେ ପରିବାରର ଗୁଜୁରାଣ ମେଂଟାଇବା ସହ ପୁଅର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଳ୍ପ ରୋଜଗାରରେ ପରିବାରର ଦୈନନ୍ଦିନ ଖର୍ଚ୍ଚ ଓ ଦୀର୍ଘ ଦିନ ଧରି ଚିକିତ୍ସା ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ୁଛି । ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫ ହଜାର ଟଙ୍କା ସହାୟତା ମିଳିଥିବା ବେଳେ ଏପରି ସ୍ଥିତିରେ ପୁଅର ଚିକିତ୍ସା ଜାରି ରଖିବା ପାଇଁ ପରିବାର ଆର୍ଥିକ ସହଯୋଗ ଅପେକ୍ଷାରେ ରହିଛି । ଏଭଳି ଦୁଃଖଦ ସମୟରେ ଏହି ପରିବାରକୁ ସହଯୋଗର ହାତ ବଢାଇଛି ବାସନ୍ତୀ ଚାରିଟେବଲ୍ ଟ୍ରଷ୍ଟ । ଆର୍ଥିକ ଅନଟନ ମଧ୍ୟରେ ପୁଅର ଚିକିତ୍ସା କରାଇବାକୁ ସଂଘର୍ଷ କରୁଥିବା ପରିବାରକୁ ଟ୍ରଷ୍ଟର ଅଧ୍ୟକ୍ଷ ଜନ୍ମେଜୟ ସାହୁଙ୍କ ପକ୍ଷରୁ ଏହି ସହଯୋଗ ପୀଡ଼ିତ ପରିବାର ପାଇଁ ଆଶ୍ୱାସନା ଆଣିଛି । ଯାଜପୁର ବ୍ଲକ୍ ଝାଲପଡ଼ା ପଂଚାୟତ ବାସନ୍ତୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସହଯୋଗ କରାଯାଇଥିବାରୁ ପରିବାରକୁ କିଛିଟା ଆଶ୍ୱାସନା ମିଳିଛି । ତେବେ ସତ୍ୟଜିତଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବାରୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ସହ ସାମାଜିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande