
ସୁବର୍ଣ୍ଣପୁର, ୨୪ ଅକ୍ଟୋବର(ହି.ସ.) – ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ କ୍ରୀଡ଼ା ଉତ୍ସବ ଉତ୍ସାହ -୨୦୨୬ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂହ ଶିଶୁମାନଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚିତରଞ୍ଜନ ମିଶ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲିନା ବାବୁ ଯୋଗଦେଇ ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କରୁ ଆସିଥିବା ଶିଶୁ ମାନେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବଡିଆଁ, କେରମ, ଚେଶ୍ ଆଦି ଖେଳରେ ଭାଗ ନେଇଥିଲେ। ସମସ୍ତ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ଅତିଥିମାନେ ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭାପତିତ୍ୱ କରିଥିଲେ। ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମୃତ୍ୟୁଞ୍ଜୟ ସାହୁ, ଗୌତମ ମହାପାତ୍ର, ଥବିର କାଲସେ, ଅନିଲ ମହଲା, ସ୍ୱାଗତ ରାଜ ମିଶ୍ର, ଭାସ୍କର ଦାଶ, ମାନିନୀ ମହାନ୍ତି, ଜିତେନ୍ଦ୍ର ମଣ୍ଡଲ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ