
ଗଞ୍ଜାମ, ୨୪ ଅକ୍ଟୋବର (ହି.ସ.)- ଆସନ୍ନ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ କିର୍ତ୍ତୀଭାଷନଙ୍କ ଅଧ୍ୟକ୍ଷତାରେ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ଆଶ୍ରୟ ସ୍ଥଳୀ ସଜାଡି ରଖିବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସମସ୍ତ ଅଫିସର ଓ କର୍ମଚାରୀ ନିଜ ନିଜ ହେଡକ୍ୱ।ଟରରେ ରହି କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଵୈଠକରେ ଜିଲାର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ