ସମ୍ଭାବ୍ୟ ବାତ୍ୟା ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ କୃଷି ସମୀକ୍ଷା
କୃଷି ଅଧିକାରୀଙ୍କ ଅକ୍ଟୋବର ୨୪ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଛୁଟି ବାତିଲ - ୨୫ ରୁ କୃଷି ବିଭାଗର କେଂଟ୍ରାଲ ରୁମ୍ ଓ ଟୋଲ ଫ୍ରି ନମ୍ବର ୧୫୫୩୩୩ ଜାରି ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା ସମୀକ୍ଷା ଶନିବାର କୃଷି ଭବନ ସ୍ଥିତ
dcm


- କୃଷି ଅଧିକାରୀଙ୍କ ଅକ୍ଟୋବର ୨୪ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଛୁଟି ବାତିଲ

- ୨୫ ରୁ କୃଷି ବିଭାଗର କେଂଟ୍ରାଲ ରୁମ୍ ଓ ଟୋଲ ଫ୍ରି ନମ୍ବର ୧୫୫୩୩୩ ଜାରି

ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା ସମୀକ୍ଷା ଶନିବାର କୃଷି ଭବନ ସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି ଦୁର୍ଦ୍ଦିନରେ ଚାଷୀଭାଇମାନଙ୍କ ପାଖରେ ଠିଆ ହେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଭୟଭୀତ ନ ହୋଇ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନିଜ ଫସଲର ସୁରକ୍ଷା କରନ୍ତୁ।

ଏହି ସମୀକ୍ଷା ବୈଠକରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧଭ, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଭାରତୀୟ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାନ୍ତି, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗଦେଇଥିଲେ। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଏବଂ ମୃତିକା ସଂରକ୍ଷଣ ଅଧିକାରୀ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପ୍ରସ୍ତୁତି ମଧ୍ୟ ଜାରି ରହିଛି। ସମସ୍ତ କୃଷି ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନ ଯିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଛୁଟି ଆସନ୍ତା ୨୫ ଅକ୍ଟୋବର ଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସମସ୍ୟାର ସମାଧାନ ପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର କେଂଟ୍ରାଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ୧୫୫୩୩୩ ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ରହିବ। ଚାଷୀ ଭାଇଭଉଣୀ ମାନେ ଫସଲ ସମ୍ବନ୍ଧୀୟ ଆବଶ୍ୟକ ପରାମର୍ଶ ସକାଳ ୮ ଠାରୁ ସନ୍ଧ୍ୟା ୮ ଟା ମଧ୍ୟରେ ଉପରୋକ୍ତ ନମ୍ବରରେ କଲ୍ କରି ଜାଣିପାରିବେ। ବାତ୍ୟା ତଥା ଅବପାତ ପରବର୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କୃଷି ଅଧିକାରୀ ମାନେ ତୁରନ୍ତ ସହାୟତା କରିବାକୁ ପରାମର୍ଶ ଦିଆଯାଇଛି।

ସମସ୍ତ ଅଧିକାରୀଙ୍କୁ ପରିସ୍ଥିତି ପ୍ରତି ସତର୍କ ରହିବାକୁ, କୃଷି-ପରାମର୍ଶର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଏବଂ ବିଭାଗ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କୃଷି ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ'ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ସ୍ଥିତି ଅନୁସାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ମଧ୍ୟରେ ସୀମିତ ରହିବ।

କୁଳପତି, ଓୟୁଏଟି, ପ୍ରବଳ ବର୍ଷା ଏବଂ ପବନର ପ୍ରତିକୂଳ ପ୍ରଭାବରୁ ଧାନ ଏବଂ ଅଣ-ଧାନ ଫସଲକୁ ସୁରକ୍ଷା ଦେବା ପାଇଁ କୃଷି-ପରାମର୍ଶ ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande