ବୈଦ୍ୟ ଭଗବାନ ଧନ୍ବନ୍ତରୀ ଜୟନ୍ତୀ ପାଇଁ ପ୍ରସ୍ତୁତି
ଜୟପୁର, ୨୪ ଅକ୍ଟୋବର (ହି.ସ.)- ବୈଦ୍ୟ ଭଗବାନ ଧନ୍ବନ୍ତରୀ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଯାଦବ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ପାଇଁ ସଭାପତି ଡାକ୍ତର ସୁଦର୍ଶନ ଗୌଡ଼
ବୈଦ୍ୟ ଭଗବାନ ଧନ୍ବନ୍ତରୀ ଜୟନ୍ତୀ ପାଇଁ ପ୍ରସ୍ତୁତି


ଜୟପୁର, ୨୪ ଅକ୍ଟୋବର (ହି.ସ.)- ବୈଦ୍ୟ ଭଗବାନ ଧନ୍ବନ୍ତରୀ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଯାଦବ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ପାଇଁ ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଆହ୍ୱାନ ଦେଇଥିବା ବେଳେ ସଂପାଦକ ପରମେଶ୍ଵର ପାତ୍ର ସଭାପତିତ୍ୱ କରିଥିଲେ । ବୈଠକରେ ଆସନ୍ତା ୭ ତାରିଖ ଶନିବାର ଦିନ ଜୟପୁର ଗୀତା ଭବନରେ ଜୟନ୍ତୀ ପାଳନ ନେଇ ସ୍ଥିର ହୋଇଥିଲା । ଉକ୍ତ ଦିନ ପୂଜା ପାଠ, ହୋମ ଯଜ୍ଞ ସହ ପରିଷଦ ପକ୍ଷରୁ ମାଗଣା ଆୟୁର୍ବେଦ ଔଷଧ ବିତରଣ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଆଜିର ପ୍ରସ୍ତୁତି ବୈଠକରେ ଆଇନ ଉପଦେଷ୍ଟା ରାଜେନ୍ଦ୍ର କୁମାର ଗୌଡ଼, ଉପଦେଷ୍ଟା କବିରାଜ ଜବାହାର ଜେନା, ପରିଷଦ ସହ ସଂପାଦକ ସତ୍ୟ ନାରାୟଣ ପରିଛା, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ଦିଲିପ ଗୋଡ଼, ମଧୁ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande