ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ପୂର୍ବତନ ସଭାପତି ପୁରୁଷୋତମ ପାଣିଗ୍ରାହୀଙ୍କ ପରଲୋକ
ସୁବର୍ଣ୍ଣପୁର, ୨୪ ଅକ୍ଟୋବର(ହି.ସ.) – ସୁବର୍ଣ୍ଣପୁରର ଜଣାଶୁଣା ସମାଜସେବୀ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜିଲ୍ଲା ଘରୋଇ ବସ ମାଲିକ ସଂଘର ପୂର୍ବତନ ସଭାପତି ପୁରୁଷୋତମ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ସେ ବଲାଙ୍ଗୀର-ସୋନପୁର-ବୌଦ୍ଧ ଜୋନ୍ ବସ୍ ମାଲିକ ସଂଘର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସମ
ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ପୂର୍ବତନ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ ଙ୍କ ପରଲୋକ


ସୁବର୍ଣ୍ଣପୁର, ୨୪ ଅକ୍ଟୋବର(ହି.ସ.) – ସୁବର୍ଣ୍ଣପୁରର ଜଣାଶୁଣା ସମାଜସେବୀ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜିଲ୍ଲା ଘରୋଇ ବସ ମାଲିକ ସଂଘର ପୂର୍ବତନ ସଭାପତି ପୁରୁଷୋତମ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ସେ ବଲାଙ୍ଗୀର-ସୋନପୁର-ବୌଦ୍ଧ ଜୋନ୍ ବସ୍ ମାଲିକ ସଂଘର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଜଣେ କ୍ରୀଡ଼ାପ୍ରେମୀ ଭାବରେ ସୋନପୁରରେ ବେଶ୍ ପ୍ରସିଦ୍ଧ ଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେ ଜଣେ ପରପୋକରୀ ବ୍ୟକ୍ତି ଥିଲେ। ଯିଏ କି ସୋନପୁରର ଭଲିବଲ୍ ଖେଳକୁ ବଂଚାଇ ରଖି ସହରର ପ୍ରତ୍ୟେକ ଖେଳକୁଦରେ ନିଜେ ଖେଳିବା ସହ ଲୋକଙ୍କ ସହିତ ସବୁବେଳେ ଚଳଚଂଚଳ ଥିଲେ। ଜିଲ୍ଲା ବସ ମାଲିକ ସଂଘର ଦୀର୍ଘ ବର୍ଷ ଧରି ନେତୃତ୍ୱ ନେଇଥିଲେ। ଜିଲ୍ଲା କ୍ରୀଡ଼ା ସଂଘର ପରାମର୍ଶ ଦାତା ଥିଲେ। ଖେଳ ପଡ଼ିଆରେ ବସଷ୍ଟାଣ୍ଡ୍ ରେ ଜୀବନ ସାରା ସମୟ ବିତାଇଥିଲେ। ତାଙ୍କର ବୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande