ଗଞ୍ଜେଇ ଜବତ, ଜଣେ ଗିରଫ
ଜୟପୁର, ୨୪ ଅକ୍ଟୋବର (ହି.ସ.)- ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶର ଏମଡି ସାଦକି୍ (୫୬) । ସୂଚନା ଅନୁଯାୟୀ, ଅବକାରି ଥାନା ଜୟପୁର - ପାତ୍ରପୁଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଟୁଙ
ଗଞ୍ଜେଇ ଜବତ, ଜଣେ ଗିରଫ


ଜୟପୁର, ୨୪ ଅକ୍ଟୋବର (ହି.ସ.)- ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶର ଏମଡି ସାଦକି୍ (୫୬) ।

ସୂଚନା ଅନୁଯାୟୀ, ଅବକାରି ଥାନା ଜୟପୁର - ପାତ୍ରପୁଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଟୁଙ୍କୁଆ ଛକରେ ଜଣେ ବ୍ୟକ୍ତି ଠିଆ ହୋଇଥିବା ବେଳେ ସନ୍ଦେହରେ ଯାଞ୍ଚ କରିଥିଲା । ପରେ ତା' ଠାରୁ ୬ କେ.ଜି. ଗଞ୍ଜେଇ ଜବତ ହୋଇଛି । ଅବକାରି ବିଭାଗ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande