ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ସଚେତନତା ବୈଠକ ବୌଦ୍ଧ ପୀଠରେ ସମନ୍ୱୟକୁ ଗୁରୁତ୍ୱ : ୧୧ତମ ସମର୍ପଣ ଉତ୍ସବ ପ୍ରସ୍ତୁତି
ସମ୍ବଲପୁର, ୨୪ ଅକ୍ଟୋବର(ହି.ସ.) – ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ବିଭିନ୍ନ ସମାଜର ବ୍ୟକ୍ତି ବିଶେଷଙ୍କ ସହ ଅଂଚଳର ଇତିହାସ ବିଷୟରେ ଆଲୋଚନା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ ପୀଠ ଗୁଡ଼ିକ ରହିଥିବା ବେଳେ ସମନ୍ୱୟ ଅଭାବରୁ ଏହା
ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ସଚେତନତା ବୈଠକ  ବୌଦ୍ଧ ପୀଠରେ ସମନ୍ୱୟକୁ ଗୁରୁତ୍ବ : ୧୧ ତମ ସମର୍ପଣ ଉତ୍ସବ ପ୍ରସ୍ତୁତି


ସମ୍ବଲପୁର, ୨୪ ଅକ୍ଟୋବର(ହି.ସ.) – ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ବିଭିନ୍ନ ସମାଜର ବ୍ୟକ୍ତି ବିଶେଷଙ୍କ ସହ ଅଂଚଳର ଇତିହାସ ବିଷୟରେ ଆଲୋଚନା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ ପୀଠ ଗୁଡ଼ିକ ରହିଥିବା ବେଳେ ସମନ୍ୱୟ ଅଭାବରୁ ଏହାର ଉଚିତ ବିକାଶ ହୋଇ ପାରୁନାହିଁ। ଏଥିପାଇଁ ଭାରତୀ ସମାଜ ପକ୍ଷରୁ ଗଠିତ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ସମସ୍ତ ପୀଠ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଚେଷ୍ଟା କରୁଛି। ବୈଠକରେ ପଶ୍ଚିମାଂଚଳ ର ବିଭିନ୍ନ ଜାଗାରେ ଥିବା ଐତିହାସିକ ସ୍ଥଳ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଥିବା ବିଷୟରେ ସୂଚନା ଦିଆଯାଇଥିଲା। ଏହାସହ ୧୧ ତମ ସମର୍ପଣ ଉତ୍ସବର ରୁପରେଖ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଅକ୍ଟୋବର ୩୧ ତାରିଖ ରେ ଲକ୍ଷ୍ମୀ ଡୁଙ୍ଗୁରିରେ ସମର୍ପଣ ଉତ୍ସବ ଅବସରରେ ବୃକ୍ଷ ପୂଜା ଆୟୋଜନ କରାଯିବ। ଏହାସହ ନଭେମ୍ବର ଏକ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୧ ତମ ସମର୍ପଣ ଉତ୍ସବ ଅବସରରେ ଆଲୋଚନା ଚକ୍ର ଆୟୋଜନ ନେଇ ଆଜି ପ୍ରସ୍ତୁତି ବୈଠକ ରେ ଚର୍ଚା କରାଯାଇଥିଲା। ସମିତି ର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଗତ ଦଶବର୍ଷ ଧରି ଆୟୋଜିତ ସମର୍ପଣ ଉତ୍ସବ ବିଷୟରେ ସୂଚନା ଦିଆଯାଇଥିଲା।

ପଶ୍ଚିମ ଓଡ଼ିଶାର ବୌଦ୍ଧ ଇତିହାସକୁ ଲୋକ ଲୋଚନକୁ ଆଣିବା ସହିତ ସମ୍ବଲପୁତ୍ର ଗୁରୁ ପଦ୍ମ ସମ୍ଭବ, ରାଜା ଇନ୍ଦ୍ର ଭୁତି, ଲକ୍ଷ୍ମୀ କରାଙ୍କ ସହିତ ତତ୍କାଳୀନ ସମୟର ଇତିହାସକୁ ଲୋକ ଲୋଚନକୁ ଆଣିବା ପାଇଁ ଭାରତୀ ସମାଜ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ଗଠନ କରାଯାଇ ଏହି ଦିଗରେ ଚେଷ୍ଟା କରାଯାଉଥିବା ନେଇ ମହାସଚିବ ଡ଼ ସ୍ୱୟଂ ପ୍ରକାଶ ପଣ୍ଡା ସୁଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ପଶ୍ଚିମାଂଚଳର ଭିନ୍ନଭିନ୍ନ ଅଂଚଳର ୭ମ ଶତାବ୍ଦୀର ପୁରାତନ ଇତିହାସ ବିଷୟରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଲୋକ କଥା/ ଇତିହାସ ସଂଗ୍ରହ କରାଯିବ। ଏଥିପାଇଁ ପଶ୍ଚିମାଂଚଳର ଭିନଭିନ ଜିଲ୍ଲାର ଗାଁ ଗୁଡିକରୁ ଲୋକଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ବୌଦ୍ଧ କରିଡ଼ର କୁ ବିକଶିତ କରି ପର୍ଯ୍ୟଟନ ର ବିକାଶ ନେଇ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା। ଆଜି ର ବୈଠକରେ ସମିତି ର ସଦସ୍ୟ ଗୋପବନ୍ଧୁ ସେନାପତି, ମାନସ ରଞ୍ଜନ ବକ୍ସି, ଲଲିତା ଭୋଇ, ରଞ୍ଜିତ ସାହୁଙ୍କ ସମେତ ବିଭିନ୍ନ ସମାଜର ଚୂଡ଼ାମଣି ଭୀମ,ବସନ୍ତ କୋକବାଗ, ବଳରାମ ମଟାରୀ, ପ୍ରଦୀପ କୁମାର ପଣ୍ଡା, ଜନାର୍ଦ୍ଦନ ବାର୍ଗେ, ସୁରେନ୍ଦ୍ର ବଗର୍ତି, ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande