ଖ୍ରୀଷ୍ଟିୟାନ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଲେ ଦୁଇ ଆଦିବାସୀ ପରିବାର
କେନ୍ଦୁଝର, ୨୪ ଅକ୍ଟୋବର(ହି.ସ.) – କେନ୍ଦୁଝର ସଦର ବ୍ଲକ ବାଜୁଣିଟାଙ୍ଗର ଗ୍ରାମର ହୁଣ୍ଡା ହୁଡ଼ି ସାହିରେ ଧର୍ମ ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମ। ଖ୍ରୀଷ୍ଟିୟାନ୍ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଲେ ଦୁଇ ଆଦିବାସୀ ପରିବାର। ବିଶ୍ୱ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାରର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହ
Two


କେନ୍ଦୁଝର, ୨୪ ଅକ୍ଟୋବର(ହି.ସ.) – କେନ୍ଦୁଝର ସଦର ବ୍ଲକ ବାଜୁଣିଟାଙ୍ଗର ଗ୍ରାମର ହୁଣ୍ଡା ହୁଡ଼ି ସାହିରେ ଧର୍ମ ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମ। ଖ୍ରୀଷ୍ଟିୟାନ୍ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଲେ ଦୁଇ ଆଦିବାସୀ ପରିବାର। ବିଶ୍ୱ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାରର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁଯାୟୀ ଏହି ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଉକ୍ତ ଧର୍ମ ପରିବର୍ତନ କାର୍ଯ୍ୟକ୍ରମରେ ଦୁଇ ଆଦିବାସୀ ପରିବାରର ସାତଜଣ ସହ ସ୍ଥାନିୟ ବାସିନ୍ଦା ଓ ବିଶ୍ୱ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାରର ଶତାଧିକ ଲୋକେ ଯୋଗ ଦେଇଥିଲେ। ଶେଷରେ ସାମୂହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇ ପରିବାର ଲୋଭ ମୋହର ବଶବର୍ତୀ ହୋଇ ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ କରିଥିଲେ ଓ ନିଜ ଇଛାନୁସାରେ ସ୍ୱଧର୍ମ ହିନ୍ଦୁଙ୍କୁ ଫେରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande