
ସମ୍ବଲପୁର, ୨୪, ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲା ହୀରାକୁଦ ହାଇସ୍କୁଲର ୧୯୭୬ ବ୍ୟାଚର ୫୦ ତମ ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ରାଜ୍ୟ ରାଜପଥର ମାଝୀପାଲି ଠାରେ ଅନୁଷ୍ଠିତ ଏହି ବନ୍ଧୁମିଳନରେ ସ୍କୁଲ ଜୀବନର ଅତୀତ ପୃଷ୍ଠାକୁ ନେଇ ଉପସ୍ଥିତ ସହପାଠୀମାନେ ନିଜ ନିଜର ଅଭିଜ୍ଞତା ବଖାଣିବା ସହ ପାରସ୍ପାରିକ ସମ୍ପର୍କ, ସମନ୍ୱୟ ଓ ବିଦ୍ୟାଳୟର ବିକାଶ ଉପରେ ଆଲୋଚନା କରିଥିଲେ । ଅଧିକାଂଶ ସହପାଠୀ ଅବସର ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନର ମାଧ୍ୟମ ବିଷୟରେ ମତାମତ ଉପସ୍ଥାପନା କରିବା ସହ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୋଟ ୪୨ ଜଣ ସହପାଠୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ନାଟୁ ଗୋପାଳ, ରବି ସୁବୁଦ୍ଧି , ବାଲଗୋପାଳ ମିଶ୍ର , ତରଣୀ ଖାଡିଆ , ଜଗଦୀଶ ମିଶ୍ର ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ