
ତେହେରାନ୍/ମସ୍କୋ, ଅକ୍ଟୋବର ୨୪ (ହି.ସ.)- ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତେଜନା ମଧ୍ୟରେ ଇରାନ ଏବଂ ରୁଷିଆ ମଧ୍ୟରେ ଉଚ୍ଚସ୍ତରୀୟ କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଘୋଷଣା କରିଛନ୍ତି ଯେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସପ୍ତାହରେ ମସ୍କୋରେ ଭେଟିବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତଥା ଆଂଚଳିକ ତଥା ଆନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା ହେବାର ଆଶା କରାଯାଉଛି।
ଆରାଗଚିଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହ ପ୍ରାରମ୍ଭରେ ତେହେରାନରେ ପହଂଚିଥିବା ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭଙ୍କ ସହ ହୋଇଥିବା ଆଲୋଚନାକୁ ଆଧାର କରି ଏହି ବୈଠକ ଅନୁଷ୍ଠିତ ହେବ।
ତୁର୍କୀର ରାଜ୍ୟ ସମ୍ବାଦ ଏଜେନ୍ସି ଆନାଦୋଲୁ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଆଗାମୀ ବୈଠକ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ମସ୍କୋରେ ଆଲୋଚନା ଏବଂ ପରାମର୍ଶ ଜାରି ରହିବ। ସେ କହିଥିଲେ ଯେ ଲାଭ୍ରୋଭଙ୍କ ସହ ତାଙ୍କ ବୈଠକରେ ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଂଚଳିକ ତଥା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିକାଶ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ରାଜନୈତିକ ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି, ବର୍ତମାନର ରାଜିନାମା ଗୁଡ଼ିକୁ କାର?୍ୟ୍ୟକାରୀ କରିବା ଏବଂ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ