
ନୂଆଦିଲ୍ଲୀ, ୨୪ ଅକ୍ଟୋବର(ହି.ସ.) – କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍)ର ୧୯୯୫ ବ୍ୟାଚ୍ ଅଧିକାରୀ ଡକ୍ଟର ସଜ୍ଜନ ସିଂ ଯାଦବଙ୍କୁ ଜାମ୍ମୁ କାଶ୍ମୀରର ନୂତନ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଅଟଳ ଦୁଲ୍ଲୁଙ୍କ ଉତରାଧିକାରୀ ହୋଇଛନ୍ତି। ତାଙ୍କ ନିଯୁକ୍ତି ନଭେମ୍ବର ୧ରୁ କିମ୍ବା ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।
ଶୁକ୍ରବାର ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଆଦେଶ ଅନୁଯାୟୀ, ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଏବଂ କେନ୍ଦ୍ରଶାସିତ ଅଂଚଳ(ଏଜିଏମ୍ୟୁଟି) କ୍ୟାଡର ଅଧିକାରୀ ଡକ୍ଟର ସଜ୍ଜନ ସିଂ ଯାଦବଙ୍କୁ ଦିଲ୍ଲୀରୁ ଜାମ୍ମୁ କାଶ୍ମୀରକୁ ସ୍ଥାନାନ୍ତର କରାଯାଇଛି।
ଯାଦବ ବର୍ତମାନ ଦିଲ୍ଲୀ ଜଳ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସି.ଇ.ଓ.) ଭାବେ କାର୍ଯ୍ୟ କରୁଛନ୍ତି। ସେ ଦିଲ୍ଲୀ ସରକାରରେ ଅତିରିକ୍ତ ମୁଖ୍ୟ ସଚିବ ପଦବୀରେ ମଧ୍ୟ ଅଛନ୍ତି। ସେ ଅତିରିକ୍ତ ମୁଖ୍ୟ ସଚିବ(ଶିଳ୍ପ) ଏବଂ ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତିଭୂମି ବିକାଶ ନିଗମ(ଡି.ଏସ୍.ଆଇ.ଆଇ.ଡି.ସି.)ର ଅଧ୍ୟକ୍ଷ ଭାବେ ୨୦୨୬ ଜୁନ୍ରୁ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି