
ଶ୍ରୀନଗର, ୨୪ ଅକ୍ଟୋବର (ହି.ସ.)- ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର କହିଛନ୍ତି ଯେ ଆସନ୍ତା ସପ୍ତାହରେ କ୍ୟାବିନେଟ୍ରେ ଅଦଳବଦଳ ଏବଂ ସମ୍ପ୍ରସାରଣ କରାଯିବ। ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଡଃ ଫାରୁକ ଅବଦୁଲ୍ଲାଙ୍କ ସହ ଆଲୋଚନା ପରେ ମନ୍ତ୍ରୀଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି ବୋଲି ସେ କହିଛନ୍ତି।
ଶ୍ରୀନଗରର ଲୋକଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଓମାର କହିଛନ୍ତି ଯେ ମନ୍ତ୍ରିପରିଷଦର ସମ୍ପ୍ରସାରଣ ଏବଂ ଅଦଳବଦଳ ପାଇଁ ଆସନ୍ତା ସପ୍ତାହର ପ୍ରଥମ ଦୁଇରୁ ତିନି ଦିନ ମଧ୍ୟରେ ସମୟ ନିର୍ଦ୍ଧାରଣ କରିବାକୁ ସେ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।
ସେ ଦଳୀୟ ସହଯୋଗୀ ଏବଂ ମନ୍ତ୍ରୀ ପଦର ଆଶାୟୀମାନଙ୍କୁ ମନ୍ତ୍ରୀ ପଦ ପାଇଁ ଲବି କରିବା ବନ୍ଦ କରିବାକୁ ମଧ୍ୟ କହିଛନ୍ତି, କାରଣ ଏନେଇ ନିଷ୍ପକ୍ଷି ପୂର୍ବରୁ ହିଁ ନିଆଯାଇଛି।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସାଉଦି ଆରବରେ ଫସି ରହିଥିବା ଉମରାହ ଯାତ୍ରୀଙ୍କ ସମସ୍ୟାକୁ ସରକାର ବୈଦେଶିକ ମନ୍ତ୍ରଣାଳୟ ସମ୍ମୁଖରେ ଉଠାଉଛନ୍ତି। ଆବଶ୍ୟକ ପଡ଼ିଲେ ନିଜ ବଜେଟରୁ ସେମାନଙ୍କୁ ଆର୍ôଥକ ସହାୟତା ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
ଦନ୍ତ ଚିକିତ୍ସାକୁ ନିୟନ୍ତ୍ରଣ କରିବାର ଅଧିକାର ସମ୍ପର୍କିତ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହି ମାମଲା କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ରରେ ଆସୁଛି ନା ନିର୍ବାଚିତ ସରକାରଙ୍କ ଅଧିକାର କ୍ଷେତ୍ରରେ, ତାହା ଜାଣିବା ପାଇଁ ନିୟମାବଳୀ ଯାଂଚ କରିବାକୁ ପଡ଼ିବ।
ଚୀନ୍ ସୀମା ସମ୍ପର୍କିତ ପ୍ରସଙ୍ଗରେ ଓମାର କହିଛନ୍ତି ଯେ ଏହା ଭାରତ ସରକାର ଏବଂ ଲଦାଖ ପ୍ରଶାସନର ଅଧିକାର କ୍ଷେତ୍ର ଅଧୀନରେ ଆସୁଛି।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ