ସମୁଦ୍ର ଗର୍ଭରେ ତୈଳ ସନ୍ଧାନ ଟିମରେ ଝାରସୁଗୁଡ଼ାର ଗୋବର୍ଦ୍ଧନ, ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ
MLA felicitated Gobardhan Badhie
ସମୁଦ୍ର ଗର୍ଭରେ ତୈଳ ସନ୍ଧାନ ଟିମ୍ରେ ଝାରସୁଗୁଡ଼ାର


ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.) - ଓଡ଼ିଶା ଉପକୂଳ ସମୁଦ୍ର ଗର୍ଭରେ ପେଟ୍ରୋଲିୟମ୍ ସନ୍ଧାନ କାର୍ଯ୍ୟରେ ସାମିଲ ହୋଇ ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବକ ଗିରି ଗୋବର୍ଦ୍ଧନ ବଢ଼େଇ। ରାଷ୍ଟ୍ରାୟତ ତୈଳ କମ୍ପାନୀ ଓଏନ୍ଜିସିର ଏହି ସନ୍ଧାନ ଟିମରେ ସାମିଲ ହୋଇ ସେ ନିଜ ଅଂଚଳର ଗୌରବ ବଢ଼ାଇଛନ୍ତି।

ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ହିର୍ମା ପଂଚାୟତର କନ୍ଦାଗାଡ଼ ଗ୍ରାମର ବାସିନ୍ଦା ଗୋବର୍ଦ୍ଧନଙ୍କ ଏହି ସଫଳତା ପାଇଁ ତାଙ୍କୁ ଶନିବାର ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କନ୍ଦାଗାଡ଼ ଗ୍ରାମରେ ପହଂଚି ଗୋବର୍ଦ୍ଧନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଏହି ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଦେଶର ତୈଳ ଓ ଗ୍ୟାସ୍ ସମ୍ପଦ ଅନ୍ୱେଷଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଜଣେ ଯୁବକ ଭାବେ ଗୋବର୍ଦ୍ଧନଙ୍କ ଅବଦାନ ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ। ତାଙ୍କର ଏହି ସଫଳତା ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ଗୌରବ ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋବର୍ଦ୍ଧନଙ୍କ ପିତା ସୁନ୍ଦରମଣି ବଢ଼େଇ, ହେମ ରଞ୍ଜନ ସିଂ, ଗଙ୍ଗାଧର କଂଟା, ସୀତାରାମ ସାହୁଙ୍କ ସମେତ ଅନ୍ୟ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମସ୍ତେ ଗୋବର୍ଦ୍ଧନଙ୍କ ସଫଳତାକୁ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande