ବିକଟାଳ ଶବ୍ଦ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ଉପରେ ଟାଉନ ପୋଲିସର କଡ଼ା ଆକ୍ସନ, ୩ ଶହରୁ ଊର୍ଦ୍ଧ୍ୱ ସାଇଲେନ୍ସର ଉପରେ ଚଢିଲା ରୋଡ୍ ରୋଲର
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଭଦ୍ରକ ସହରର ରାସ୍ତାରେ ଫଟ୍ଫଟ୍ ଶବ୍ଦ ସହ ବିକଟାଳ ଗର୍ଜନ କରି ଯାତାୟାତ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ଲଗା ଗାଡ଼ି ଚାଳକଙ୍କ ବିରୋଧରେ ଭଦ୍ରକ ଟାଉନ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଶାନ୍ତି
MODIFIED BIKE CILENSOR NASTA


ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଭଦ୍ରକ ସହରର ରାସ୍ତାରେ ଫଟ୍ଫଟ୍ ଶବ୍ଦ ସହ ବିକଟାଳ ଗର୍ଜନ କରି ଯାତାୟାତ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ଲଗା ଗାଡ଼ି ଚାଳକଙ୍କ ବିରୋଧରେ ଭଦ୍ରକ ଟାଉନ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଶାନ୍ତି ଭଙ୍ଗ କରୁଥିବା ଏଭଳି ମୋଡିଫାଏଡ୍ ସାଇଲେନ୍ସର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗାଡ଼ିରେ ନିୟମ ବିରୋଧୀ ମୋଡିଫାଏଡ୍ ସାଇଲେନ୍ସର ଲଗାଇ କେତେକ ଚାଳକ ରାସ୍ତାରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିଲେ। ଏହାଦ୍ୱାରା ବିଶେଷକରି ବୟସ୍କ ବ୍ୟକ୍ତି, ରୋଗୀ, ଶିଶୁ ଓ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନାବଶ୍ୟକ ଭାବେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଏହି ସାଇଲେନ୍ସରଗୁଡ଼ିକୁ ହଟାଇବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ମୋଟ ୩୦୦ରୁ ଊର୍ଦ୍ଧ୍ୱ ମୋଡିଫାଏଡ୍ ସାଇଲେନ୍ସରକୁ ରୋଡ୍ ରୋଲର ଚଢ଼ାଇ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ନଷ୍ଟ କରାଯାଇଥିବା ସାଇଲେନ୍ସରଗୁଡ଼ିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି। ପୋଲିସର ଏହି ପଦକ୍ଷେପକୁ ନେଇ ସହରରେ ଆଲୋଚନା ଜୋର ଧରିଛି। ଗାଡ଼ିରେ ଅନୁମତିବିହୀନ ଭାବେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଚାଳକଙ୍କ ପାଇଁ ଏହା ଏକ କଡ଼ା ବାର୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସହରରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପୋଲିସର ଏଭଳି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି। ଶବ୍ଦ ପ୍ରଦୂଷଣ ରୋକିବା ଓ ନିୟମ ମାନି ଗାଡ଼ି ଚଳାଇବା ହିଁ ସଚେତନ ନାଗରିକଙ୍କ କର୍ତବ୍ୟ ବୋଲି କହିଛନ୍ତି ଥାନାଧିକାରୀ ଶ୍ରୀ ମିଶ୍ର।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande