ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ
ବଲାଙ୍ଗିର 24 ଅକ୍ଟୋବର ( ହି.ସ.) ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ଲନ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶୁଭ୍ରାଂଶୁ
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ


ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ


ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ


ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ


ବଲାଙ୍ଗିର 24 ଅକ୍ଟୋବର ( ହି.ସ.)

ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ଲନ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶୁଭ୍ରାଂଶୁ ଡାଙ୍ଗ, ରୋଶନୀ ସାହୁ, ସୀମା ମୁଣ୍ଡା କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛନ୍ତି।

୨୫ ବର୍ଷରୁ କମ୍ ବର୍ଗ ବାଳକ ଏକକରେ ଶୁଭ୍ରାଂଶୁ ଡାଙ୍ଗ ମଧ୍ୟପ୍ରଦେଶ ପ୍ରତିଦ୍ବନ୍ଦ୍ବୀଙ୍କୁ ୨୧-୨ରେ ଏବଂ ଅଂଶୁମାନ ବାଗ ୨୩-୪ରେ ମେଘାଳୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ବାଳିକା ଏକକରେ ସୀମା ମୁଣ୍ଡା ୧୭-୧୨ରେ ବିହାର ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ ଦେଇଛନ୍ତି। ମିଶ୍ରିତ ଯୁଗଳରେ ଉମାଶଙ୍କର ପଟେଲ୍ ଓ ଝାନସୀରାଣୀ ସୁନା ୧୫-୧୧ରେ ମେଘାଳୟ ଯୋଡ଼ିଙ୍କୁ ହରାଇଛନ୍ତି। ଅନ୍ୟପକ୍ଷରେ ୧୮ ବର୍ଷରୁ କମ୍ ବାଳକ ଏକକରେ ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ ୨୧-୧୧ରେ ଝାଡ଼ଖଣ୍ଡ ଯୋଡ଼ିଙ୍କୁ ପରାସ୍ତ କରି ସମ୍ଭାବନା କାଏମ ରଖିଛନ୍ତି। ଏହି ବୟସ ବର୍ଗର ବାଳିକା ଏକକରେ ରୋଶନୀ ସାହୁ ତାଙ୍କ ପଞ୍ଜାବ ପ୍ରତିଦ୍ବନ୍ଦ୍ବୀଙ୍କୁ ଏକତରଫା ଭାବେ ୨୧-୦ରେ ପରାସ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande