ଆସନ୍ତା ୨୭ ଓ ୨୮ ତାରିଖ ମତ୍ସ୍ୟଜିବୀଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଓ ବାହାର ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଆସନ୍ତା ୨୭ ଓ ୨୮ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ମତ୍ସ୍ୟଜିବୀ ମାନଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଓ ବାହାର ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ୨୭ ତାରିଖରେ ଆନ୍ଧ୍ରପ୍ରଦ
ଆସନ୍ତା ୨୭ ଓ ୨୮ ତାରିଖ ମତ୍ସ୍ୟଜିବୀଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଓ ବାହାର ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଆସନ୍ତା ୨୭ ଓ ୨୮ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ମତ୍ସ୍ୟଜିବୀ ମାନଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଓ ବାହାର ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।

୨୭ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଓ ବାହାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ତଥା ଏହାର ଝଟ୍କା ୬୦ କି.ମି.କୁ ଛୁଇଁପାରେ । ଏବଂ ଏହାପରେ ପବନର ଗତି କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande