ପୂର୍ବତନ ବିଞ୍ଝାରପୁର ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସଙ୍କ ଓଜେସିରେ ଯୋଗଦାନ
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ବିଞ୍ଝାରପୁର ବ୍ଲକ୍ ର ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗଦାନ କରିଛନ୍ତି । ଶନିବାର ପୂର୍ବାହ୍ନରେ ପ୍ରଫୁଲ୍ଲ ରାଜ୍ୟ କାର୍ଯ୍ୟାଳୟଠାରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଦଳରେ ସାମିଲ ହ
fdrthth


ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ବିଞ୍ଝାରପୁର ବ୍ଲକ୍ ର ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗଦାନ କରିଛନ୍ତି । ଶନିବାର ପୂର୍ବାହ୍ନରେ ପ୍ରଫୁଲ୍ଲ ରାଜ୍ୟ କାର୍ଯ୍ୟାଳୟଠାରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମହମ୍ମଦ ମୋକିମ୍ ଦଳୀୟ ଉତରୀୟ ପିନ୍ଧାଇ ପ୍ରଫୁଲ୍ଲଙ୍କୁ ଦଳକୁ ସ୍ୱାଗତ କରିଥିଲେ। ପ୍ରଫୁଲ୍ଲ ପୂର୍ବରୁ ବିଞ୍ଝାରପୁର ବ୍ଲକ୍ ପ୍ରୀତିପୁର ପଂଚାୟତରେ ଦୁଇଥର ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ପ୍ରୀତିପୁର ସେବା ସମବାୟ ସମିତିର ସଭାପତି ଭାବେ ମଧ୍ୟ ସେ ପୂର୍ବରୁ ନିର୍ବାଚିତ ହୋଇଥିଲେ । ଏହାସହ ଜୁନାଭଦ୍ରା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧ୍ୟ ମନୋନୀତ ହୋଇଥିଲେ । ଶ୍ରମିକ ସଂଗଠନ ଏସ୍.ୟୁ.ସି.ଆଇ.ର ଜୋନ୍ ସମ୍ପାଦକ ରୂପେ ଯାଜପୁର ଜିଲ୍ଲାରେ ଦୀର୍ଘ ୧୭ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।

ପ୍ରଫୁଲ୍ଲ ଓଜେସିରେ ସାମିଲ ହେବାନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ସହ ଅନ୍ୟ ପ୍ରମୁଖ ଦଳମାନେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏମ୍.ଏମ୍.ଡି.ଆର ଆଇନକୁ ବିରୋଧ କରି ଓଜେସି ପ୍ରଥମ ଦଳଭାବେ ରାଜରାସ୍ତାକୁ ଓହ୍ଲାଇଥିଲା। ଖୁବ କମ୍ ସମୟ ମଧ୍ୟରେ ଓଜେସି ଓଡ଼ିଆ ଲୋକଙ୍କ ସ୍ୱର ହୋଇ ଲଢ଼େଇ କରୁଛି । ଏଥିରେ ପ୍ରଭାବିତ ହୋଇ ଏବଂ ମହମ୍ମଦ ମୋକିମଙ୍କ ବଳିଷ୍ଠ ସାଂଗଠନିକ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ମୁଁ ଓଜେସିରେ ସାମିଲ ହୋଇଛି।

ପ୍ରଫୁଲ୍ଲଙ୍କ ଯୋଗଦାନ ଓଜେସିକୁ ଯାଜପୁର ଓ ବିଞ୍ଝାରପୁର ଅଂଚଳରେ ଅଧିକ ଶକ୍ତିଶାଳୀ କରିବ ବୋଲି ମହମ୍ମଦ ମୋକିମ୍ ପ୍ରତିକ୍ରିୟା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଓଜେସି ସାଧାରଣ ସମ୍ପାଦକ ନରେଶ ମହାନ୍ତି ଓ ଅନ୍ୟ ନେତୃତ୍ୱମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande