ସମ୍ଭାବ୍ୟ ବାତ୍ୟା ନେଇ ପୂଜା ପାଇଁ ନିର୍ମିତଗେଟ୍ ଓ ହୋଡିଂ ହଟାଇବାକୁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର (ହି.ସ.)- ବଙ୍ଗୋପସାଗରରେ ସମ୍ଭାବ୍ୟ ଭୀଷଣ ବାତ୍ୟା ଏବଂ ଏହାର ପ୍ରଭାବରେ ଆସନ୍ତା ୨୭ ଓ ୨୮ ଅକ୍ଟୋବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ତୀବ୍ର ବେଗରେ ପବନ ବହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ
ସମ୍ଭାବ୍ୟବାତ୍ୟା ପାଇଁ ପୂଜା ପାଇଁ ନିର୍ମିତଗେଟ୍ ଓ ହୋଡିଂହଟାଇବାକୁ ନିର୍ଦ୍ଦେଶ ।


କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର (ହି.ସ.)- ବଙ୍ଗୋପସାଗରରେ ସମ୍ଭାବ୍ୟ ଭୀଷଣ ବାତ୍ୟା ଏବଂ ଏହାର ପ୍ରଭାବରେ ଆସନ୍ତା ୨୭ ଓ ୨୮ ଅକ୍ଟୋବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ତୀବ୍ର ବେଗରେ ପବନ ବହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲାର ସମସ୍ତ ପୌରାଞ୍ଚଳ ଓ ଅନ୍ୟାନ୍ୟ ସହରାଞ୍ଚଳରେ ଥିବା ପୂଜା ମଣ୍ଡପ, ଅସ୍ଥାୟୀ ତୋରଣ, ସାଜସଜ୍ଜା ଗେଟ୍, ଫ୍ଲେକ୍ସ ବ୍ୟାନର, ହୋର୍ଡିଂ ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ଅସ୍ଥାୟୀ ସଂରଚନା ଗୁଡ଼ିକୁ ନିର୍ଦ୍ଦେଶ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ସ୍ୱେଚ୍ଛାକୃତ ଭାବେ ହଟାଇବାକୁ ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର୍ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ପୂଜା କମିଟି, ଆୟୋଜକ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସମସ୍ତ ଅସୁରକ୍ଷିତ ସଂରଚନା ହଟାଇବାକୁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ୪୮ ଘଣ୍ଟା ଅବଧି ଶେଷ ହେବା ପରେ ଅବଶିଷ୍ଟ ଅସୁରକ୍ଷିତ ଓ ନିୟମ ଅନୁପାଳନ କରୁନଥିବା ସଂରଚନାଗୁଡ଼ିକୁ ହଟାଇବା ପାଇଁ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ଆବଶ୍ୟକ ଉଚ୍ଛେଦ ଓ ସଫେଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ସମ୍ପୃକ୍ତ ତହସିଲଦାରମାନେ ଅନ୍ୟ ବିଭାଗର ସମନ୍ୱୟରେ ଏହି ପଦକ୍ଷେପ ଗ୍ରହଣ କରିବେ। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ସମ୍ଭାବ୍ୟ ବାତ୍ୟାଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ତେଣୁ ସମସ୍ତ ସମ୍ପୃକ୍ତ କମିଟି, ସଂସ୍ଥା ଓ ଜନସାଧାରଣଙ୍କୁ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande