
ଓଂଟାରିଓ, ଅକ୍ଟୋବର ୨୪ (ହି.ସ.)- ପ୍ରଶାନ୍ତ ମହାସାଗର ଅଂଚଳର ଭାନୁଆଟୁ ଦ୍ୱୀପପୁଞ୍ଜ ନିକଟରେ ଶନିବାର ସକାଳେ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ (ୟୁ. ଏସ୍. ଜି. ଏସ୍.) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା।
ତୁର୍କୀର ସରକାରୀ ଆନାଦୋଲୁ ନ୍ୟୁଜ୍ ଏଜେନ୍ସି ୟୁ. ଏସ୍. ଜି. ଏସ୍. କୁ ଉଦ୍ଧୃତ କରି କହିଛି ଯେ ଭୂକମ୍ପ କେନ୍ଦ୍ର ଭାନୁଆଟୁର ପୋର୍ଟ-ଓଲ୍ରିରୁ ପ୍ରାୟ ୧୯୭ କିଲୋମିଟର ପଶ୍ଚିମ-ଉତର-ପଶ୍ଚିମରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା କମ୍ ଥିବାରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂକମ୍ପୀୟ ଘଟଣା ବୋଲି ବିବେଚନା କରାଯାଏ।
ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ ମଧ୍ୟ ୬.୩ ତୀବ୍ରତାର ଆଉ ଏକ ଭୂମିକମ୍ପର ସୂଚନା ଦେଇଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ-ଓଲି ଠାରୁ ପ୍ରାୟ ୧୭୦ କିଲୋମିଟର ଉତର-ପଶ୍ଚିମରେ ଥିଲା। ଏହି ଭୂକମ୍ପ ମଧ୍ୟ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଘଟିଥିଲା।
ୟୁ. ଏସ୍. ଜି. ଏସ୍. ଅନୁଯାୟୀ, ଦ୍ୱିତୀୟ ଭୂମିକମ୍ପକୁ ନେଇ ଏକ ଗ୍ରୀନ୍ ଆଲର୍ଟ' ଜାରି କରାଯାଇଥିଲା। ସତର୍କତାର ଏହି ସ୍ତର ସାଧାରଣତଃ ଭୂମିକମ୍ପରୁ ମୃତ୍ୟୁ ଏବଂ ଆôର୍ଥକ କ୍ଷୟକ୍ଷତିର ଏକ କମ୍ ଆକଳନକୁ ସୂଚିତ କରେ ଜ୍ଝ ତେବେ, କମ୍ପନ ସାମାନ୍ୟ ହେବାର ପ୍ରତ୍ୟକ୍ଷ ପ୍ରମାଣ ଭାବେ ଏହାକୁ ବିଚାର କରାଯିବା ଉଚିତ ନୁହେଁ। ଭୂକମ୍ପ ପରେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନିର ସୂଚନା ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ