
କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର (ହି.ସ.)- ଓଡିଶା ପ୍ରସିଦ୍ଧ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ଶତବର୍ଷ ପାଳନ କରୁଥିବା ବେଳେ ପୂଜାକମିଟି ପକ୍ଷରୁ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍ସ୍ପିକର, ମାଇକ୍ ବଜାଇବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରୁ ଅନୁମତି ମାଗିଥିଲେ । କିନ୍ତୁ, ଜିଲ୍ଲାପ୍ରଶାସନ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଏନେଇ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରାଜ୍ୟ ସରକାରଙ୍କୁ ପତ୍ର ଲେଖି ରାତି ୧୨ଟା ପର୍ଯ୍ୟନ୍ତ ମାଇକ୍ ବ୍ୟବହାର ପାଇଁ ଅନୁରୋଧ କରିଥିଲେ । ଯାହା ଫଳରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ରାତି ୧୨ଟା ପର୍ଯ୍ୟନ୍ତ ମାଇକ୍ ଓ ଲାଉଡ୍ସ୍ପିକର ବ୍ଯବହାର କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ପ୍ରଦାନ କରୁଥିବାରୁ କେନ୍ଦ୍ରୀୟ ପୂଜାକମିଟିର ସଭାପତି ଯୁଗଳ ବେହେରାଙ୍କ ସମେତ ଅଶୋକ କୁମାର ଲେଙ୍କା, ଭାବଗ୍ରାହୀ ସିଂ, ହାଡିବନ୍ଧୁ ସିଂ, ସୁବାସ ସାହୁ, ଅନନ୍ତ କର, ଶୁଭେନ୍ଦୁ ବାରିକ, ନରେନ୍ଦ୍ର ସାହୁ ପ୍ରମୁଖ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି