
ଜଳେଶ୍ୱର ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା
-
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ଜଳେଶ୍ୱରର ପଶ୍ଚିମବାଡ଼ ସ୍ଥିତ ଦେବକୁମାର ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଧର୍ଷଣ ପରେ ହତ୍ୟା ଘଟଣାରେ କଂଗ୍ରେସ କ୍ରାଇମବ୍ରାଂଚ୍ ତଦନ୍ତ ଦାବି କରିବା ସହିତ ଆସନ୍ତା ଅକ୍ଟୋବର ୨୭ ତାରିଖରେ ୮ ଘଂଟିଆ ବନ୍ଦ ଡାକରା ଦିଆ ଯାଇଛି ।
ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ କହିଲେ ଯେ ସେ ଝିଅ ପ୍ରତି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟାର ମୂଳ କାରଣ। ଶାସକ ଦଳର ନେତାମାନଙ୍କ ପୋଲିସ ଉପରେ ପ୍ରଭାବ ମଧ୍ୟ ଏହି ଘଟଣାକୁ ପ୍ରଭାବିତ କରିଛି । ୧୬ ତାରିଖରୁ ୨୨ ତାରିଖ ଭିତରେ କେଉଁ ନେତାମାନେ ଆଇ ଆଇ ସି ଙ୍କୁ ଫୋନ କରିଛନ୍ତି ତାର ଯାଞ୍ଚ ହେବା ଜରୁରୀ ।ଏହି ଧର୍ଷଣ ଓ ହତ୍ୟା ପଛରେ ଜଣେ ନୁହଁ, ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ପ୍ରମାଣ ଲୁଚାଇବା ପାଇଁ ଯେଉଁ କେମିକାଲ ଓ ପଦ୍ଧତି ବ୍ୟବହାର କରାଯାଇଛ। ସେଥିପାଇଁ ଘଟଣାର କ୍ରାଇବ୍ରାଂଚ ତଦନ୍ତ ଦାବି କରିବା ସହିତ ଦୋଷୀ ପୋଲିସ ଅଧିକାରୀ ମାନଙ୍କୁ ବଦଳି ନୁହଁ, ସେମାନଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି ।
ଡ ମନୀଷା ଦାଶ ପଟ୍ଟନାୟକ କହିଲେ ଯେ ଏହି ଘଟଣା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ କାର୍ଯ୍ୟ ।ବାଲେଶ୍ୱର ସାଂସଦ ଓ ବିଜେପି ନେତ୍ରୀ ଏଥିପାଇଁ ପୋଲିସକୁ ଦାୟୀ କରିବା ଦୁର୍ଭାଗ୍ୟ ଜନକ । ପୋଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି । ସାଂସଦ ଶ୍ରୀ ପ୍ରତାପ ଷଢ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କାହିଁକି କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହିତ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମୃତ ଝିଅର ବଡ଼ ଭଉଣୀଙ୍କୁ ସରକାରୀ ଚାକିରି ଦେବାକୁ ସେ ଦାବି କରିଥିଲେ।
କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀ ବାଙ୍କ ବିହାରୀ ବେହେରା ଏହି ଜଘନ୍ୟ ଘଟଣାର ପ୍ରତିବାଦ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ପାଳନ କରାଯିବ। ରେଳ, ଜାତୀୟ ରାଜପଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଇତ୍ୟାଦିକୁ ଏହି ବନ୍ଦରୁ ବାଦ ଦିଆଯିବ ବୋଲି ଶ୍ରୀ ବେହେରା କହିବା ସହିତ ଜଳେଶ୍ୱରର ସଚେତନ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମଭାବାପନ୍ନ ରାଜନୈତିକ ଦଳମାନେ ଏହାକୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ବନ୍ଦ ପାଳନ ପୂର୍ବରୁ ମଶାଲ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ବୈଠକ ଇତ୍ୟାଦି ଆୟୋଜନ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା