ଜୁଆ ଆଡ୍ଡାରେ ଚଢ଼ଉ ୭ ଗିରଫ : ନଗଦ ୧ ଲକ୍ଷ ୬୧ ହଜାର ୬୧୫ ଟଙ୍କା ଜବତ
ପୁରୀ, ୨୪ ଅକ୍ଟୋବର (ହି.ସ.)- ପୁରୀ ସଦର ଥାନା ଏଏସଆଇ ଏସ.ଡି.ରେଡ୍ଡୀ ନିର୍ଭରଯୋଗ୍ୟ ସୂତ୍ରରୁ ଖବରପାଇ ପୋଲିସ ଦଳ ସହ ଖଣ୍ଡିଆବନ୍ଧ ର ଏକ ନିର୍ମାଣାଧୀନ ଘର ଭିତରୁ ଚାଲିଥିବା ଜୁଆ ଖେଳ ଉପରେ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ସଦର ଥାନା କେସ ନମ୍ବର ୫୯୮/୨୬ ମାମଲା ରୁଜୁ କରି ଅଭିଯୁକ୍
ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ


ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ


ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ


ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ


ପୁରୀ, ୨୪ ଅକ୍ଟୋବର (ହି.ସ.)- ପୁରୀ ସଦର ଥାନା ଏଏସଆଇ ଏସ.ଡି.ରେଡ୍ଡୀ ନିର୍ଭରଯୋଗ୍ୟ ସୂତ୍ରରୁ ଖବରପାଇ ପୋଲିସ ଦଳ ସହ ଖଣ୍ଡିଆବନ୍ଧ ର ଏକ ନିର୍ମାଣାଧୀନ ଘର ଭିତରୁ ଚାଲିଥିବା ଜୁଆ ଖେଳ ଉପରେ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ସଦର ଥାନା କେସ ନମ୍ବର ୫୯୮/୨୬ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୧୦ ପକେଟ ତାସ,୧ କଳା ରଙ୍ଗର ଦରି ଓ ନାଲି ରଙ୍ଗର ଦରି, ୧ କଳା ରଙ୍ଗର ହୋଣ୍ଡା ସାଇନ ମୋଟରସାଇକେଲ ଜାହାର ରେଜିଷ୍ଟ୍ରେସନ ନମ୍ବର ଓଡି-୦୨ ଏଏସ-୩୭୭୦, ୧ କଳା ରଙ୍ଗର ଆକ୍ଟିଭା ସ୍କୁଟି ଓଡି-୩୩ଜି ୭୯୪୬, ୬ଟି ମୋବାଇଲ ଫୋନ, ନଗଦ ୧ ଲକ୍ଷ ୬୧ ହଜାର ୬୧୫ ଟଙ୍କା ଘଟଣାସ୍ଥଳରୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୀ ଟାଉନଥାନା ଅନ୍ତର୍ଗତ ପଥୁରିଆ ସାହିର ବିଷ୍ଣୁ ପ୍ରସାଦ ନନ୍ଦ ଓରଫ ଟୁନିଆ ୪୮ ବର୍ଷ, କୁମ୍ଭାରପଡା ଥାନା କୁଣ୍ଢାଇବେଣ୍ଟ ସାହିର ରତିକାନ୍ତ ରଥ ଓରଫ ରତି ୫୧ ବର୍ଷ, ବାସେଳୀ ସାହି ଥାନା ମାର୍କଣ୍ଡେଶ୍ଵର ସାହିର ସୁଶାନ୍ତ କୁମାର ରାୟ ଓରଫ ବାଦଲ ୫୨ ବର୍ଷ, ମାନସ କୁମାର ସାହୁ ଓରଫ ବିମଳ ୪୩ ବର୍ଷ, ମଙ୍ଗଳାଘାଟର ଲୋକନାଥ ପଲେଇ ଓରଫ ଲୋକନି ୪୮ ବର୍ଷ, ବିକାଶ କୁମାର ସାହୁ ଓରଫ ପପୁ ୪୧ ବର୍ଷ, ବିପିନ କୁମାର ଶତପଥୀ ଓରଫ ବାପି ୪୮ ବର୍ଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଦଶହରା ଓ କୁମାରପୂର୍ଣ୍ଣିମା ସମୟରେ ପୁରୀ ସଦର ଥାନା ଓ ଚନ୍ଦନପୁର ଥାନା ଅଞ୍ଚଳରେ ଜୁଆଖେଳ ପ୍ରବଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହୋଇଥିଲା । ଗତ ତିନିଦିନ ତଳେ ଚନ୍ଦନପୁର ଥାନା ନୂଆ ବାଲିଆ ଗ୍ରାମରେ ଜୁଆ ଖେଳ ଉପରେ ପୋଲିସ ଚଢଉ ସମୟରେ ଜୁଆ ଖେଳାଳି ପୋଲିସ ଉପରେ ଆକ୍ରମଣ କରିବାରୁ ଜଣେ ପୋଲିସ ଆହତ ହୋଇଥିଲେ । ପୋଲିସ ଚଢଉ ଯୋଗୁ ସେହି ଗ୍ରାମ ଏବେ ପୁରୁଷ ଶୂନ୍ଯ ହୋଇପଡିଛି । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଥାନା ଅଞ୍ଚଳରେ ଜୁଆ ଖେଳ, ନିଶା କାରବାର ଓ ଅସାମାଜିକ ଯୁବକ ମାନଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande