ଜୁଆ ଆଡ୍ଡା ଉପରେ ଚଢାଉ ୮ ଗିରଫ
ଜୟପୁର , ୨୪ ଅକ୍ଟୋବର (ହି.ସ.) - ଜୁଆ ଖେଳ ଚାଲୁଥିବା ସୂଚନା ପାଇ ଜୟପୁର ସଦର ପୋଲିସ ବାରିଣିପୁଟ ଓ ଏକଟାଗୁଡା ରେ ଚଢାଉ କରିଛି । ଚଢାଉ କରି ୮ ଜଣ ଜୁଆଡ୍ଡି କୁ ଗିରଫ କରିଛି । ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଚଢାଉ କରି ୨ ହଜାର ୮ ଶହ ୫୦ ଟଙ୍କ
ବାରିଣିପୁଟ ଓ ଏକଟାଗୁଡାରେ ଜୁଆ ଆଡ୍ଡା ଉପରେ ଚଢାଉ


ଜୟପୁର , ୨୪ ଅକ୍ଟୋବର (ହି.ସ.) - ଜୁଆ ଖେଳ ଚାଲୁଥିବା ସୂଚନା ପାଇ ଜୟପୁର ସଦର ପୋଲିସ ବାରିଣିପୁଟ ଓ ଏକଟାଗୁଡା ରେ ଚଢାଉ କରିଛି । ଚଢାଉ କରି ୮ ଜଣ ଜୁଆଡ୍ଡି କୁ ଗିରଫ କରିଛି । ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଚଢାଉ କରି ୨ ହଜାର ୮ ଶହ ୫୦ ଟଙ୍କା ଜବତ କରି ୪ ଜଣ ଜୁଆଡ୍ଡିକୁ ଗିରଫ କରିଛି । ସେହିପରି ବାରିଣିପୁଟରେ ଚଢାଉ କରି ୭ ହଜାର ୬ ଶହ ଟଙ୍କା ଜବତ କରି ୪ ଜଣ ଜୁଆଡ୍ଡି କୁ ଗିରଫ କରଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande