ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୮ ଜିଲ୍ଲାରେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଜିଲ୍ଲାରେ ରହି ପ୍ରସ୍ତୁତି ଓ ସ୍ଥିତିର ତଦାରଖ କରିବେ ମନ୍ତ୍ରୀ ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଅକ୍ଟୋବର ୨୮ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଏକ ସମ୍ଭାବ୍ୟ ବାତ୍ୟା ମୁହାଁଇବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଓ ସ୍ଥିତିର ତଦାରଖ ନିମନ୍
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଜିଲ୍ଲାରେ ରହି ପ୍ରସ୍ତୁତି ଓ ସ୍ଥିତିର ତଦାରଖ କରିବେ ମନ୍ତ୍ରୀ

ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଅକ୍ଟୋବର ୨୮ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଏକ ସମ୍ଭାବ୍ୟ ବାତ୍ୟା ମୁହାଁଇବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଓ ସ୍ଥିତିର ତଦାରଖ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮ଟି ଜିଲ୍ଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ମନ୍ତ୍ରୀମାନେ ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମନ୍ୱୟ ରକ୍ଷା କରିବେ। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଯେପରି ସମୟୋଚିତ ଭାବେ ନିଆଯାଏ, ସେଥିପ୍ରତି ସେମାନେ ନଜର ରଖିବେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୋରାପୁଟ ଜିଲ୍ଲା ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ରାୟଗଡ଼ା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ସେହିପରି ରବି ନାରାୟଣ ନାଏକଙ୍କୁ କନ୍ଧମାଳ, ବିଭୂତି ଭୂଷଣ ଜେନାଙ୍କୁ ଗଞ୍ଜାମ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର, ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି, ମୁକେଶ ମହାଲିଙ୍ଗଙ୍କୁ କଳାହାଣ୍ଡି ଏବଂ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟକୁ ଅଧିକ ମଜବୁତ କରିବା ଏବଂ ଆଗୁଆ ସତର୍କତାମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ଏହି ନିଯୁକ୍ତିର ଉଦ୍ଦେଶ୍ୟ। ମନ୍ତ୍ରୀମାନେ ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତିର ସମୀକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବେ। ଆବଶ୍ୟକ ପଡ଼ିଲେ ଯେପରି ତ୍ୱରିତ ପଦକ୍ଷେପ ନିଆଯାଇପାରିବ, ସେଥିପାଇଁ ମଧ୍ୟ ସେମାନେ ନଜର ରଖିବେ।

ଅକ୍ଟୋବର ୨୮ରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ପ୍ରସ୍ତୁତିମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande